ETV Bharat / sports

ସୁଟିଂ ଜୁନିଅର ବିଶ୍ବ ଚମ୍ପିଆନସିପ୍‌: ରୁଦ୍ରାକ୍ଷଙ୍କୁ ରୌପ୍ୟ, ରମିତା ଜିତିଲେ ବ୍ରୋଞ୍ଜ

ଭାରତୀୟ ସୁଟର ରୁଦ୍ରାକ୍ଷ ପାଟିଲ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 30, 2021, 10:49 PM IST

Rudrankksh clinches silver, Ramita bags bronze in ISSF junior world championships
ସୁଟିଂ ଜୁନିଅର ବିଶ୍ବ ଚମ୍ପିଆନସିପ୍‌: ରୁଦ୍ରାକ୍ଷଙ୍କୁ ରୌପ୍ୟ, ରମିତା ଜିତିଲେ ବ୍ରୋଞ୍ଜ

ହାଇଦ୍ରାବାଦ: ଚଳିତ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଜୁନିଅର ବିଶ୍ବ ଚମ୍ପିଆନସିପ୍‌ରେ ଭାରତର ଦମଦାର ପ୍ରଦର୍ଶନ । ଭାରତୀୟ ସୁଟର ରୁଦ୍ରାକ୍ଷ ପାଟିଲ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ରୁଦ୍ରାକ୍ଷଙ୍କ ମୋଟ ସ୍କୋର ୨୫୦ ଥିବାବେଳେ USA ସୁଟର ୱିଲିଅମ ସାନର ୨୫୦.୭ ପଏଣ୍ଟ ସ୍କୋର କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ । ଫଳରେ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ରୁଦ୍ରାକ୍ଷ ।

  • 2nd Medal for 🇮🇳 at @ISSF_Shooting World Junior Championships 2021

    Ramita wins 🥉medal with a score of 229.1 in the Women’s Junior 10m Air Rifle Event

    Many congratulations to Ramita👏👏 pic.twitter.com/rSJm1HT1fA

    — SAI Media (@Media_SAI) September 30, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ସୁଟର ରମିତା ମହିଳା ଜୁନିଅର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ୨୨୯.୧ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ହାତେଇଛନ୍ତି ।

ପୂର୍ବରୁ ରୁଦ୍ରାକ୍ଷ, ଧନୁଷ ଶ୍ରୀକାନ୍ତ ଓ ପାର୍ଥ ମାଖିଜା ଯଥାକ୍ରମେ ୬୩୦.୨, ୬୨୯.୨, ୬୨୯.୨ ପଏଣ୍ଟ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ଧନୁଷ ଅଷ୍ଟମ ଓ ପାର୍ଥ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହେବାସହ ପଦକ ବିଜେତା ହୋଇପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.