ETV Bharat / sports

Hockey World Cup: ଚମକିବ ଷ୍ଟିଲ୍‌ସିଟି, ଦେଖିବ ସାରା ବିଶ୍ୱ

ଜାନୁଆରୀ ୧୩ ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ୱକପ । ହକି ବିଶ୍ୱକପ ପାଇଁ ନୂଆବୋହୂ ଭଳି ସଜେଇ ହେଉଛି ରାଉରକେଲା ସହର । ଅଧିକ ପଢନ୍ତୁ

ହକି ବିଶ୍ବକପ ପାଇଁ ନୂଆ ବଧୂ ପରି ସଜେଇ ହେଉଛି ରାଉରକେଲା, ଛକଛକରେ ଶୋଭାପାଉଛି ହକି ହିରୋଙ୍କ ପ୍ରତିମୂର୍ତ୍ତି

author img

By

Published : Dec 6, 2022, 5:18 PM IST

ରାଉରକେଲା: ହକି ବିଶ୍ବକପ ପାଇଁ ବାଜି ସାରିଛି ବିଗୁଲ । ୨୦୨୩ ହକି ବିଶ୍ୱକପର ପ୍ରାୟୋଜକ ରହିଛି ଓଡିଶା । ଜାନୁଆରୀ ୧୩ ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ୱକପ । ହକି ବିଶ୍ୱକପ ପାଇଁ ନୂଆବୋହୂ ଭଳି ସଜେଇ ହେଉଛି ସ୍ମାର୍ଟସିଟି ରାଉରକେଲା । ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରସରରେ ଆଗେଇ ଚାଲିଛି ।

ସଜେଇ ହେଉଛି ରାଉରକେଲା ସହର । ନୂଆ ରୂପରେ ସଜେଇ ହେଉଛି ଷ୍ଟିଲସିଟି ରାଉରକେଲା । ସହରର ରାସ୍ତାଘାଟଠାରୁ ଆରମ୍ଭ କରି ବିଭିନ୍ନ ଛକ ଏବଂ କାନ୍ଥ ବାଡ଼ ସବୁଠାରେ ନୂଆ ରଙ୍ଗ ରୂପ ଦେବାକୁ ଲାଗି ପଡିଛି ଜିଲ୍ଲା ପ୍ରଶାସନ । ସେପଟେ ରାଉରକେଲା ସହରର ରିଙ୍ଗରୋଡ଼ରେ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର ହୋଇଛି ଲାଇଟ ।

ହକି ବିଶ୍ବକପ ପାଇଁ ନୂଆ ବଧୂ ପରି ସଜେଇ ହେଉଛି ରାଉରକେଲା, ଛକଛକରେ ଶୋଭାପାଉଛି ହକି ହିରୋଙ୍କ ପ୍ରତିମୂର୍ତ୍ତି

ବିଭିନ୍ନ ପ୍ରକାରର ଆଲୋକ ମାଳରେ ସହରର ରିଙ୍ଗ ରୋଡ଼ର ସୁନ୍ଦରତା ଆହୁରି ଦ୍ବିଗୁଣିତ ହୋଇପଡିଛି । ଏହା ସହିତ ସହରର ବିଭିନ୍ନ ସ୍ଥାନରେ ନୂଆ କରି ତିଆରି କରାଯାଇଛି ପାର୍କ । ପାର୍କଗୁଡିକରେ ମଧ୍ୟ ସୁନ୍ଦର ଲାଇଟ ବ୍ୟବସ୍ଥା ସହ କରାଯାଇଛି ରଙ୍ଗ ବେରଙ୍ଗ ୱାଟର ଫାଉନଣ୍ଟେନ । ଏହାସହ ରାଉରକେଲା ସହରର ରାସ୍ତ କଡ଼ରେ ଥିବା କାନ୍ଥଗୁଡିକରେ ମଧ୍ୟ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଇଛି । ଖାଲି ପଡିଥିବା କାନ୍ଥ ଗୁଡିକ ବର୍ତ୍ତମାନ ସୁନ୍ଦର ଚିତ୍ରରେ ଝଟକୁଛି । କଳା ସଂସ୍କୃତି ଓ ହକି ହିରୋମାନଙ୍କର ଚିତ୍ର ସହରର ବିଭିନ୍ନ କାନ୍ଥରେ ଶୋଭାପାଉଛି ।

ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲାରେ ହକି ବିଶ୍ୱକପ ଆୟୋଜନ ଏକ ବଡ଼ ସଫଳତା । କ୍ରୀଡା ମହାକୁମ୍ଭ ପାଇଁ ନୂଆ ବଧୂ ପରି ସଜେଇ ହେବାରେ ଲାଗିଛି ଇସ୍ପାତ ନଗରୀ ରାଉରକେଲା । ସେପଟେ ୨୦୨୩ ହକି ବିଶ୍ବକପ ପାଇଁ ସ୍ବତନ୍ତ୍ର ଭାବର ନିର୍ମାଣ ହୋଇଥିବା ବିର୍ସା ମୁଣ୍ଡା ଷ୍ଟାଡିୟମର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ରାଉରକେଲା ସହରକୁ ହକି ମାନିଆରେ ପରିଣତ କରିବା ପାଇଁ ରାଉରକେଲା ସହରର ବିଭିନ୍ନ ଛକରେ ହକି ଖେଳାଳୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରାଯାଇଛି ।

ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ୱକପ ଆୟୋଜନ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ କରାଯାଉଛି । ପୁରୁଷ ବିଶ୍ବକପ ହକିର ଏହି ସଂସ୍କରଣକୁ ମିଶାଇ ଭାରତ ବିଶ୍ବର ପ୍ରଥମ ଦେଶ ହେବାକୁ ଯାଉଛି, ଯିଏକି ସର୍ବାଧିକ ୪ ଥର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମଧ୍ୟ ଓଡିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ରେକର୍ଡ କରିବାକୁ ଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.