ETV Bharat / sports

ଫିଟ୍ ଇଣ୍ଡିଆ ଆଲୋଚନାଚକ୍ରର ଦ୍ବିତୀୟ ସଂସ୍କରଣ ଶୁଭାରମ୍ଭ କଲେ କ୍ରୀଡାମନ୍ତ୍ରୀ

author img

By

Published : Dec 26, 2020, 8:04 PM IST

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଫିଟ ଇଣ୍ଡିଆ ଆଲୋଚନାଚକ୍ରର ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Rijiju anchors second edition of Fit India Dialogue
ଫିଟ୍ ଇଣ୍ଡିଆ ଆଲୋଚନାଚକ୍ରର ଦ୍ବିତୀୟ ସଂସ୍କରଣ ଶୁଭାରମ୍ଭ କଲେ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଫିଟ ଇଣ୍ଡିଆ ଆଲୋଚନାଚକ୍ରର ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବୟସ ବର୍ଗର ଫିଟନେସ ଓ କ୍ରୀଡା ଆଇକନ ସାମିଲ ହୋଇ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା କରିଥାନ୍ତି ।

ଏହି ଆଲୋଚନାଚକ୍ର ଭାରତର ପୁରାତନ କ୍ରୀଡା ଆଇକନ ମିଲଖା ସିଂହ ଓ ବଲିଉଡ ସୁପରଷ୍ଟାର ଅନିଲ କପୁର, ଭାରତୀୟ ଷ୍ଟାର ମହିଳା କ୍ରିକେଟର ମିତାଲି ରାଜ, ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁତିଆ ଓ ଭାରତୀୟ ଜାତୀୟ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ଫିଟନେସ ମନ୍ତ୍ରର ଖୁଲାସା କରିଥିଲେ । ଏଥିସହ ଗତ କିଛି ଦଶନ୍ଧି ଧରି ଭାରତରେ ଫିଟନେସ ଧାରଣା ପରିବର୍ତ୍ତନ ହୋଇଛି ।

ଫିଟ ଇଣ୍ଡିଆ ଆଲୋଚନାଚକ୍ରର ପ୍ରଥମ ସଂସ୍କରଣ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଏଥିରେ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ଫିଟନେସ ଆଇକନ ମିଲିନ୍ଦ ସୋନମ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.