ନୂଆଦିଲ୍ଲୀ: କ୍ରୀଡା ମନ୍ତ୍ରଳାୟ ବୁଧବାର ଦିନ ରୋଇଙ୍ଗ ମହାସଂଘ(ଆରଏଫଆଇ)ର ମାନ୍ୟତାକୁ ରଦ୍ଦ କରିଛି । କାରଣ ଏହି ସଂଘ ନ୍ୟାସନାଲ ସ୍ପୋଟର୍ସ କୋଡ-2011ର ଉଲ୍ଲଘଂନ କରିଛି ।
କ୍ରୀଡା ମନ୍ତ୍ରଳାୟ ଅନୁସାରେ ଫେଡରେସନର 6 ଡିସେମ୍ବର 2019ରେ ହୋଇଥିବା ନିର୍ବାଚନ ସ୍ପୋଟର୍ସ କୋଡ ଅନୁସାରେ ହୋଇ ନାହିଁ । ଗାଇଡଲାଇନ ମୁତାବକ, ନିର୍ବାଚନରେ ଅତିକମ୍ରେ 25ଜଣ ଅଂଶ ଗ୍ରହଣ କରିବା କଥା କିନ୍ତୁ 18ଜଣ ଏଥିରେ ଉପସ୍ଥିତ ଥିଲେ । ପ୍ରୋକ୍ସି ଭୋଟିଂ ବି କରାଯାଇଛି । ଗାଇଡଲାଇନ୍ରେ ପ୍ରୋକ୍ସି ଭୋଟିଂର ଅନୁମତି ନାହିଁ ।
ତେବେ ରୋଇଙ୍ଗର ଅଲମ୍ପିକ କ୍ବାଲିଫାୟର ମ୍ୟାଚ ଏପ୍ରିଲ ମାସରେ କୋରିଆ ଠାରେ ଅନୁଷ୍ଠିତ ହେବ । ଆରଏଫଆଇର ମାନ୍ୟତା ରଦ୍ଦ ହେବା ଯୋଗୁଁ ଏବେ ଭାରତୀୟ ଖେଳାଳି ଅଲମ୍ପିକ ଯୋଗ୍ୟତା ମ୍ୟାଚରେ ଅଂଶ ଗ୍ରହଣ କରିପାରିବେ କୁ ନାହିଁ ଆଶଙ୍କା ଉପୁଜିଛି ।