ନୂଆଦିଲ୍ଲୀ: ବଦଳିଲେ କେନ୍ଦ୍ର କ୍ରୀଡାସଚିବ । ପୂର୍ବରୁ ଦାୟିତ୍ବରେ ଥିବା ରାଧେଶ୍ୟାମ ଜୁଲାନିୟାଙ୍କ ସ୍ଥାନ ନେଇଛନ୍ତି ରବି ମିତ୍ତଲ । କେନ୍ଦ୍ର କ୍ୟାବିନେଟ ରବିବାର ରବି ମିତ୍ତଲଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନୂତନ ସଚିବ ନିଯୁକ୍ତ କରିଛନ୍ତି ।
ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ରହିଥିଲେ ରବି ମିତ୍ତଲ । ପ୍ରାୟ 23 ଜଣ ସିିନିୟର ଆଇଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ନିଯୁକ୍ତ ହୋଇଛନ୍ତି ।