ETV Bharat / sports

ଆଫଗାନରେ ଭୟଙ୍କର ସ୍ଥିତି, ପରିବାରକୁ ବଞ୍ଚାଇବା ଚିନ୍ତାରେ ରସିଦ ଖାନ - ଆଫଗାନିସ୍ତାନ ସ୍ଥିତି

ଆଫଗାନିସ୍ତାନ ସ୍ଥିତିକୁ ନେଇ ଚିନ୍ତାରେ ସ୍ପିନର ରସିଦ ଖାନ । ପରିବାରକୁ ଏ ପରିସ୍ଥିତିରୁ ବାହାର କରିବା ନେଇ ଅସମର୍ଥ ହୋଇଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ରସିଦ । ଅଧିକ ପଢନ୍ତୁ...

ସ୍ପିନର ରାସିଦ ଖାନ
ସ୍ପିନର ରାସିଦ ଖାନ
author img

By

Published : Aug 16, 2021, 3:18 PM IST

ଲଣ୍ଡନ: ଆଫଗାନିସ୍ତାନ ସ୍ଥିତି ନେଇ ଚିନ୍ତାରେ ସ୍ପିନର ରାସିଦ ଖାନ । ତାଙ୍କ ପରିବାରକୁ ଏ ପରିସ୍ଥିତିରୁ ବାହାର କରିବା ନେଇ ଅସମର୍ଥ ହୋଇଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ରସିଦ । ଏନେଇ ସୂଚନା ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ।

ତାଲିବାନ ଆତଙ୍କୀରାଜ ପାଇଁ କାବୁଲ ହାମିଦ ବିମାନବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ରସିଦ ଖାନ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି । ମୋ ଘରେ ଅନେକ କିଛି ଘଟୁଛି । ସେନେଇ ମୋତେ ବ୍ୟସ୍ତ ଲାଗୁଥିବା କହିଛନ୍ତି ରସିଦ । ପରିବାର ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି ରସିଦ।

ତାଲିବାନ ଆତଙ୍କୀ ଆଫଗାନ ରାଜଧାନୀ କାବୁଲକୁ କବଜା କରି ନେଇଛନ୍ତି । ଏହା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିଛନ୍ତି । ଦେଶରେ ଲୋକମାନେ ଅନ୍ୟ ଦେଶକୁ ଆସିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସ୍ଥିତି ଭୟଙ୍କର ହୋଇଛି । ବିମାନବନ୍ଦର ଜନ ସମୁଦ୍ର ପାଲଟିଛି । ବନ୍ଦରରେ ଗୁଳିମାଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.