ETV Bharat / sports

Asian Para Games: ତୀରନ୍ଦାଜୀରେ ସ୍ବର୍ଣ୍ଣ ଜିତିଲେ ଶିତଲ, 1500 ମିଟର ଦୌଡରେ ରମନଙ୍କୁ ଗୋଲ୍ଡ ମେଡାଲ

ପାରା ଏସୀୟ କ୍ରୀଡାର ପଞ୍ଚମ ଦିନରେ ଭାରତକୁ ମିଳିଲା ଦୁଇଟି ସ୍ବର୍ଣ୍ଣ । ପଦକ ସଂଖ୍ୟା 88 ଛୁଇଁଲା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 27, 2023, 9:53 AM IST

Updated : Oct 27, 2023, 10:15 AM IST

Asian Para Games
Asian Para Games

ହଙ୍ଗଝୌ: ପାରା ଏସୀୟ କ୍ରୀଡାର ଆଜି ପଞ୍ଚମ ଦିନ । ଆରମ୍ଭରୁ ଭାରତକୁ ସ୍ବର୍ଣ୍ଣ ପଦକ ବର୍ଷା । ତୀରନ୍ଦାଜୀ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ଜିତିଲେ ଶିତଲ ଦେବୀ । ମହିଳା ଏକକ କମ୍ପାଉଣ୍ଡ ଓପନ ଇଭେଣ୍ଟରେ ସିଙ୍ଗାପୁରର ଆଲିମ୍ ନୁର ସାହିଦାଙ୍କୁ ପରାସ୍ତ କରି ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି କ୍ରିଡାବିତ୍‌ ରମନ ଶର୍ମା ପୁରୁଷ 1500 ମିଟର ଦୌଡ଼ T-38 ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଛନ୍ତି । ରମନ ଶର୍ମା 4:20.80 ସେକେଣ୍ଡରେ ଟ୍ରାକ୍‌ ପାର କରି ପାରା ଏସୀୟ କ୍ରୀଡ଼ାରେ ରେକର୍ଡ କରିଛନ୍ତି । ଏପରି ସଫଳତା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ମଧ୍ୟ ପଢନ୍ତୁ-Asian Para Games: ପୂର୍ବ ରେକର୍ଡ ଭାଙ୍ଗି ଇତିହାସ ରଚିଲା ଭାରତ, ପଦକ ସଂଖ୍ୟା 73ରେ ପହଞ୍ଚିଲା

ସେହିପରି ପୁରୁଷ ଜାଭେଲିନ ଥ୍ରୋରେ ଭାରତକୁ ଦୁଇଟି ପଦକ ମିଳିଛି । ପୁରୁଷ ଜାଭେଲିନ୍‌ ଥ୍ରୋ' F-54 ଇଭେଣ୍ଟରେ ପ୍ରଦୀପ୍‌ କୁମାର ରୌପ୍ୟ ପଦକ ହାସଲ କରିଥିବା ବେଳେ ଲକ୍ଷିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରଦୀପ କୁମାର ଏହି ଇଭେଣ୍ଟ୍‌ରେ ଜାଭେଲିନକୁ 25.94 ମିଟର ଥ୍ରୋ' କରି ଦ୍ୱିତୀୟ ସ୍ଥାନରେ ରହିଥିଲେ, ଲକ୍ଷିତ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asian Para Games: ପୁରୁଷ ସଟଫୁଟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଲେ ଭାରତୀୟ କ୍ରୀଡାବିତ

ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ କ୍ରିଷ୍ଣା ନାଗର ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ମହିଳା ଡିସକସ ଥ୍ରୋ'ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଲକ୍ଷ୍ମୀ । ମହିଳା ଡିସ୍କସ୍‌ ଥ୍ରୋ' F37/38 ଇଭେଣ୍ଟରେ ସେ ଡିସ୍କସ୍‌କୁ 22.55 ମିଟର ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି । ପାରା ଏସୀୟ କ୍ରୀଡାରେ ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଗୋଟିଏ ପରେ ଗୋଟିଏ ମେଡାଲ ଜିତି ଚାଲିଛନ୍ତି ଭାରତୀୟ ଖେଳାଳି । ଗତକାଲି ପାରା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 82 ଛୁଇଁଥିଲା । ତୃତୀୟ ସଂସ୍କରଣରେ ଭାରତର ପଦକ ସଂଖ୍ୟା 72 ରହିଥିବା ବେଳେ ଚତୁର୍ଥ ସଂସ୍କରଣ ଶେଷ ନହେବା ପୂର୍ବରୁ ପଦକ ସଂଖ୍ୟା 82ରେ ପହଞ୍ଚିଥିଲା । ବର୍ତ୍ତମାନ ଭାରତର ମେଡାଲ ସଂଖ୍ୟା 88ରେ ପହଞ୍ଚିଛି । ସେଥି ମଧ୍ୟରୁ 20ଟି ସ୍ବର୍ଣ୍ଣ, 25 ଟି ରୌପ୍ୟ ଓ 43ଟି ବ୍ରୋଞ୍ଜ ପଦକ ରହିଛି । ପାରା ଏସିଆନ୍‌ ଗେମ୍ସ ଶେଷ ହେବା ପୂର୍ବରୁ ପଦକ ସଂଖ୍ୟା 100 ପାର୍‌ ହେବ ବୋଲି ଆଶା କରାଯାଉଛି ।

Last Updated : Oct 27, 2023, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.