ETV Bharat / sports

ଫୁଟବଲ ମ୍ୟାଚ୍‌ ବେଳେ ବଜ୍ରାଘାତ, ଚାଲିଗଲା ଦର୍ଶକଙ୍କ ଜୀବନ

author img

By

Published : Aug 28, 2022, 11:07 PM IST

Updated : Aug 29, 2022, 2:44 PM IST

ବଜ୍ରପାତ ହେବାରୁ ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ rain and thunderstorm during football match । ୮ ଦର୍ଶକ ମଧ୍ୟ ବଜ୍ରପାତ ଯୋଗୁଁ ଗଭୀର ଭାବରେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଫୁଟବଲ ମ୍ୟାଚ୍‌ ବେଳେ ବଜ୍ରାଘାତ, ଚାଲିଗଲା ଖେଳାଳିଙ୍କ ଜୀବନ

ରାଞ୍ଚି: ଫୁଟବଲ ମ୍ୟାଚ୍‌ବେଳେ ବଜ୍ରପାତ ହେବାରୁ ଚାଲିଗଲା ଫୁଟବଲ୍‌ ଖେଳ ଦେଖିବାକୁ ଆସିଥିବା ଦର୍ଶକଙ୍କ ଜୀବନ(rain and thunderstorm during football match ) । ଖାଲି ସେତିକି ନୁହେଁ ଖେଳ ଦେଖିବାକୁ ଆସିଥିବା ୮ ଦର୍ଶକ ମଧ୍ୟ ବଜ୍ରପାତ ଯୋଗୁଁ ଗଭୀର ଭାବରେ ଆହତ ହୋଇଛନ୍ତି । ଝାଡ଼ଖଣ୍ଡର ଧନବାଦ ଜିଲ୍ଲା କୋୟେଲାଞ୍ଚଳ ପଞ୍ଚେତ ଇଲାକାରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଧନବାଦ ଜିଲ୍ଲା ପଞ୍ଚେତ ଇଲାକା ଓପି ଗ୍ରାମରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିଲା ।

ରବିବାର ଫାଇନାଲ୍‌ ମୁକାବିଲା ବଳେ ବର୍ଷା ଆରମ୍ଭ ହୋଇଥିଲା । ଏହାପରେ କିଛି ଦର୍ଶକ ଏକ ଗଛମୂଳରେ ଆଶ୍ରୟ ନେଇଥିଲେ । ତେବେ ଖେଳ ଜାରି ରହଥିଲା । ଏହି ସମୟରେ ବଜ୍ରପାତ ହେବାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ସପେଟ ଗଛ ତଳେ ଆଶ୍ରୟ ନେଇଥିବା ଅନ୍ୟ ଦର୍ଶକ ମଧ୍ୟ ଗଭୀର ଭାବରେ ଆହତ ହୋଇଛନ୍ତି । ଯୁବକ ଜଣକ ଜାମଦହି ବସ୍ତି ବାସିନ୍ଦା ଆକାଶ ରାଉତ ବୋଲି ଜଣା ପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବଜ୍ରାଘାତ ହେବାକ୍ଷଣି ତୁରନ୍ତ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ତା ନେଇ କୌଣସି ସୂଚନା ଦେଇ ପାରି ନାହାନ୍ତି ଡାକ୍ତର ।

୫ ବର୍ଷରେ ବଜ୍ରପାତ ମୃତ୍ୟୁହାର ବଢ଼ିଛି

ଝାଡ଼ଖଣ୍ଡରେ ପ୍ରତିବର୍ଷ ବହୁ ଲୋକ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁତାବକ ୨୦୧୨ରେ ୧୪୮ ଜଣ ବଜ୍ରାଘାତରେ ପ୍ରାଣ ହରାଇଥିଲେ । ସେହିଭଳି ୨୦୧୩ରେ ୧୫୯ ଜଣ, ୨୦୧୪ରେ ୧୪୪ ଜଣ, ୨୦୧୫ରେ ୨୧୦ ଜଣ, ୨୦୧୬ରେ ୨୬୫ ଜଣ, ୨୦୧୭ରେ ୨୫୬ ଜଣ, ୨୦୧୮ରେ ୨୬୧ ଜଣ, ୨୦୧୯ରେ ୨୮୩ ଜଣ, ୨୦୨୦ରେ ୩୨୨ ଜଣ, ୨୦୨୧ରେ ୩୪୩ ଜଣ ଓ ୨୦୨୨ରେ ଜୁଲାଇ ସୁଦ୍ଧା ୫୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅଗଷ୍ଟର ମୃତ୍ୟୁସଂଖ୍ୟା ଯୋଡ଼ିଲେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡରେ ୬୬ ଜଣ ପ୍ରାଣ ହରାଇଛନ୍ତି ।

Last Updated : Aug 29, 2022, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.