ଚଣ୍ଡିଗଡ: ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ସିଂହ ନଙ୍ଗଲଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଳନ୍ଧର ପୋଲିସ । ଗିରଫ ଅଭଯୁକ୍ତ ହେଲେ ସୁରଜନଜିତ ଚଠାଙ୍କୁ । ବୁଧବାର ରାତିରେ କବାଡି ଖେଳାଳି ସନ୍ଦୀପ ହତ୍ୟା ଘଟଣାରେ ସୁରଜନଜିତଙ୍କୁ ପୋଲିସ ଗିରଫ କରି ହେପାଜତରେ ନେଇଛି । ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ସିଂହ ନଙ୍ଗଲଙ୍କ ହତ୍ୟା ଘଟଣାରେ ତାଙ୍କୁ ପଚରାଉଚରା କରାଯିବ । ସୁରଜନଜିତ ଚଠାଙ୍କ ଗିରଫ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ପୋଲିସ ସୁରଜନଜିତ ଚଠାଙ୍କୁ କାବୁ କରି ନେଇ ଯାଉଥିବା ଦେଖିବାକୁ ମିଳିଛି ।
ଗତବର୍ଷ ମାର୍ଚ୍ଚ 14 ତାରିଖରେ ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ସିଂହ ନଙ୍ଗଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଜଳନ୍ଧରରେ ଏକ କବାଡି ମ୍ୟାଚ ଚାଲିଥିବା ସମୟରେ କିଛି ଅଜଣା ଆକ୍ରମଣକାରୀ ସନ୍ଦୀପ ସିଂହ ନଙ୍ଗଲଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା 6 ମାସ ପରେ ସନ୍ଦୀପଙ୍କ ପତ୍ନୀ ରୁପିନ୍ଦର କୌର ହତ୍ୟାକାରୀଙ୍କୁ ଗିରଫ କରିବାକୁ ସୋସିଆଲ ମିଡିଆରେ ପୋଲିସକୁ ଅନୁରୋଧ କରିଥିଲେ । ଦୋଷୀକୁ ଧରିବାକୁ ପୋଲିସ ବିଫଳ ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ସନ୍ଦୀପଙ୍କ ପତ୍ନୀ । ଅଭିଯୁକ୍ତ କର୍ତାର ପ୍ୟାଲେସରେ ଲୁଚି ରହିଛନ୍ତି ମାତ୍ର ପୋଲିସ ନିରବଦ୍ରଷ୍ଟା ସାଜିଥିବା କହିଥିଲେ ସନ୍ଦୀପଙ୍କ ପତ୍ନୀ ରୁପିନ୍ଦର କୌର ।
ଏହା ବି ପଢନ୍ତୁ...IPL 2023: ଆଜି ସନରାଇଜର୍ସ-ନାଇଟ ରାଇଡର୍ସ ଫାଇଟ, ପ୍ରତିଶୋଧ ଲକ୍ଷ୍ୟରେ KKR
ଏହା ବି ପଢନ୍ତୁ...Wrestlers Protest: କାନ୍ଦିଲେ ଭିନେଶ ଫୋଗାଟ, କହିଲେ ଏ ଦିନ ଦେଖିବାକୁ ମେଡାଲ ଜିତିଥିଲୁ
ଏବେ ଯାଏ ସୁରଜନଜିତ ଚଠାଙ୍କ ଗିରଫ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ମାତ୍ର ଭାଇରାଲ ହେଉଥିବା ଭିଡିଓରୁ ଜଣାପଡୁଛି ଯେ ସୁରଜନଜିତ ଗିରଫ ହୋଇଛନ୍ତି । ପୋଲିସ ସୁରଜନଜିତ ଚଠାଙ୍କୁ ଗିରଫ କରିନଥିବା ନେଇ ଅଭିଯୋଗ ଆଣିଥିଲେ ସନ୍ଦୀପଙ୍କ ପତ୍ନୀ । ମାମଲାରେ ଚଠା ହିଁ ଦୋଷୀ ତାଙ୍କୁ ଗିରଫ କରାଯାଉ ବୋଲି ସୋସିଆଲ ମିଡିଆରେ କହିଥିଲେ ରୁପିନ୍ଦର କୌର । ଏସଏସପି ଘଟଣାର ପ୍ରମାଣ ମାଗିଥିଲେ । ଗତ ବର୍ଷ ମାର୍ଚ୍ଚ 14 ତାରିଖରେ ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ 5 ଜଣ ଦୁର୍ବୃତ୍ତ ସନ୍ଦୀପଙ୍କୁ ଗୁଳି ଚଳାଇଥିଲେ । ସନ୍ଦୀପଙ୍କ ଉପରକୁ ପାଖାପାଖି 20 ରାଉଣ୍ଡ ଗୁଳି ହୋଇଥିଲା । ପୋଲିସ ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଭାଇରାଲ ହେଉଥିବା ଭଡିଓରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତ ସୁରଜନଜିତଙ୍କୁ ଗିରଫ କରିଥିବା ଜଣାପଡିଛି ।