କୋଝିକୋଡ୍: ପ୍ରଖ୍ୟାତ କୋଚ୍ ତଥା ଅଲମ୍ପିଆନ ପିଟି ଉଷାଙ୍କ ପୂର୍ବତନ ଟ୍ରେନର ଓ ଏମ ନାମ୍ବିଆରଙ୍କ ଦେହାନ୍ତ । ଗୁରୁବାର ସନ୍ଧ୍ୟାରେ ନିଜ କୋଝିକୋଡ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।
![PT Usha's coach O M Nambiar passes away](https://etvbharatimages.akamaized.net/etvbharat/prod-images/kl-kkd-19-01-nambiar-passedaway-7203295_19082021190638_1908f_1629380198_622_1908newsroom_1629380530_692.jpg)
ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପିଟି ଉଷାଙ୍କ ଚମତ୍କାର ପ୍ରଦର୍ଶନ ପରେ କୋଚ୍ ଓ ଏମ ନାମ୍ବିଆର ଚର୍ଚ୍ଚାକୁ ଆସିଥିଲେ । ନାମ୍ବିଆରଙ୍କ ଟେକ୍ନିକାଲ ବିଶ୍ଲେଷଣର ବିଚକ୍ଷଣ ପ୍ରତିଭା ଓ ନିରନ୍ତର ପ୍ରେରଣା ପିଟି ଉଷାଙ୍କ ଅନ୍ତର୍ଜାତୀୟ ଆଥଲେଟିକ୍ସର ସଫଳତାର କାରଣ ବୋଲି କୁହାଯାଏ ।
![PT Usha's coach O M Nambiar passes away](https://etvbharatimages.akamaized.net/etvbharat/prod-images/kl-kkd-19-01-nambiar-passedaway-7203295_19082021190638_1908f_1629380198_128_1908newsroom_1629380530_306.jpg)
ବର୍ଷ ୧୯୮୫ରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଆୱାର୍ଡରେ ସମ୍ମାନିତ କରିଥିଲେ । ଏହି ଆୱାର୍ଡକୁ ଦେଶରେ ଶ୍ରେଷ୍ଠ କୋଚ୍ ଆୱାର୍ଡ ଭାବେ ବିବେଚନା କରାଯାଏ । ଏହାପରେ ବର୍ଷ ୨୦୨୧ରେ ଆଥଲେଟିକ୍ସ କ୍ଷେତ୍ରରେ ଭାରତୀୟ କ୍ରୀଡାଜଗତକୁ ତାଙ୍କର ସମସ୍ତ ପ୍ରକାର ଅବଦାନ ପାଇଁ ପଦ୍ମଶ୍ରୀ ଆୱାର୍ଡ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ