ETV Bharat / sports

କିମ୍ବଦନ୍ତୀ ଆଥଲେଟ ପିଟି ଉଷା IOA ସଭାପତି, କହିଲେ କେବେ ଭାବି ନଥିଲି - ଆଇଓଏ ନିର୍ବାଚନ

ଭାରତୀୟ କ୍ରୀଡା ପ୍ରଶାସନରେ ନୂଆ ଯୁଗ ଆରମ୍ଭ ହୋଇଛି । ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ଧାବିକା ପିଟି ଉଷା । ଅଧିକ ପଢନ୍ତୁ

କିମ୍ବଦନ୍ତୀ ଆଥଲେଟ ପିଟି ଉଷା IOA ସଭାପତି
କିମ୍ବଦନ୍ତୀ ଆଥଲେଟ ପିଟି ଉଷା IOA ସଭାପତି
author img

By

Published : Dec 11, 2022, 8:37 AM IST

ନୂଆଦିଲ୍ଲୀ: ଦୌଡରାଣୀ ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଏଲ ନାଗେଶ୍ବର ରାଓଙ୍କ ନୀରିକ୍ଷଣରେ ହୋଇଥିବା ନିର୍ବାଚରେ ପିଟି ଉଷାଙ୍କ ନାମ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇଛି । ଏହି ପଦବୀ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବାବେଳେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଆଇଓଏ ସଭାପତି ପଦ ଅଳଙ୍କୃତ କରିବାରେ ସେ ପ୍ରଥମ ମହିଳା ।

ଦାୟିତ୍ବ ନେବା ପରେ ପିଟି ଉଷା କହିଛନ୍ତି,'' ଆଇଓଏ (Indian Olympic Association) ଅଧ୍ୟକ୍ଷା ହେବା ନେଇ କେବେ ଭାବି ନଥିଲି । ନୂତନ କାର୍ଯ୍ୟନିର୍ବାହୀ ପରିଷଦ ଏକ ମଡେଲ ଦଳ ହେଉ ।'' ସମସ୍ତଙ୍କୁ ଧନ୍ୟବାଦ ଦେଇ ପିଟି ଉଷା କହିଛନ୍ତି ଏହି ନୂଆ ଦଳ ଏକ ମଡେଲ ଦଳ ହେବ । କାର୍ଯ୍ୟକାରୀ କମିଟିରେ ସମସ୍ତ ସଦସ୍ୟ କ୍ରୀଡାବିତ୍ ଥିବାରୁ ମୁଁ ବହୁତ ଖୁସି । 13 ବର୍ଷ ମୁଁ ବିନା କ୍ରୀଡାରେ ବଞ୍ଚିଛି । ଏହା ପରେ ଖେଳାଳି, ପ୍ରଶୀକ୍ଷକ ଓ ପ୍ରଶାସକ ଭାବେ କ୍ରୀଡାରେ ପ୍ରବେଶ କରିଥିଲି । ମୁଁ କେବେ ଭାବି ନଥିଲି ଆଇଓଏ ସଭାପତି ହେବି । ଏହା ମୋର କ୍ରୀଡା ପାଇଁ ହୋଇଛି । କ୍ରୀଡା ପାଇଁ ମୁଁ ଏବଂ ମୋ ଦଳ ସବୁ ପ୍ରକାର ଚେଷ୍ଟା କରିବୁ । ଆମ ତ୍ରିରଙ୍ଗା ଅନ୍ତର୍ଜାତୀୟ ସ୍ତରରେ ଉପରକୁ ଉଠିବ ।''

ଏହା ବି ପଢନ୍ତୁ...FIFA World Cup: ସେମିରେ ମରକ୍କୋ, ବିଶ୍ୱକପରୁ ବିଦା ହେଲା ପର୍ତ୍ତୁଗାଲ

ଷ୍ଟାର ଧାବିକା ଉଷା ଭାରତର ଅନ୍ୟତମ ମହାନତମ ଆଥଲେଟ୍‌। 58 ବର୍ଷୀୟା ପିଟି ଉଷା ଏସିଆନ ଗେମ୍ସରେ ୪ଟି ସ୍ବର୍ଣ୍ଣ ଓ ୭ଟି ରୌପ୍ୟ ପଦକ ଭାରତ ପାଇଁ ଜିତିଛନ୍ତି । ୧୯୮୪ ଲସ୍‌ ଆଞ୍ଜଲିସ ଅଲମ୍ପିକ୍‌ସରେ ମାତ୍ର ୧/୧୦୦ ସେକେଣ୍ଡ ପାଇଁ ଅଳ୍ପକେ ୪୦୦ ମିଟର ମହିଳା ହର୍ଡଲ୍ସରେ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ ଉଷା । ଲସ୍‌ ଆଞ୍ଜଲିସରେ ତାଙ୍କର ଟାଇମିଂ ଥିଲା ୫୫.୪୨ ସେକେଣ୍ଡ ଯାହାକି ଏଯାବତ ନ୍ୟାସନାଲ ରେକର୍ଡ ଭାବେ ଅତୁଟ ରହିଛି । ଆଇଓଏ ମୁଖ୍ୟ ପଦରେ ଅବସ୍ଥାପିତ ହେବାରେ ପିଟି ଉଷା ପ୍ରଥମ ମହିଳା । ମହାରାଜା ଯାଦବେନ୍ଦ୍ର ସିଂହ 1938ରେ 1960 ପର୍ଯ୍ୟନ୍ତ ଆଇଓଏ ସଭାପତି ଆସନରେ ବସିଥିଲେ । ଗତ ଜୁଲାଇରେ ପିଟି ଉଷା ଭାରତୀୟ ଜନତା ପାର୍ଟି ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.