ହାଇଦ୍ରାବାଦ: ଆଉ ନାହାନ୍ତି ଅଲମ୍ପିଆନ ପିଟି ଉଷାଙ୍କ ଦ୍ରୋଣାଚାର୍ଯ୍ୟ ଗୁରୁ ଓଏମ ନାମ୍ବିଆର । 1984 ଲସ୍ ଆଞ୍ଜେଲସ ଅଲମ୍ପିକରେ ପିଟି ଉଷାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଅଲମ୍ପିକର ଏହି ସଂସ୍କରଣରେ ଆଥଲେଟିକ୍ସରେ ପଦକ ନିକଟତର ହୋଇଥିଲେ ଏହି ଭାରତୀୟ ଧାବିକା । ତେବେ ଏହାର ପରବର୍ଷ ଅର୍ଥାତ ବର୍ଷ ୧୯୮୫ରେ ଜାକର୍ତ୍ତା ଏସିଆନ ଚମ୍ପିଆନସିପରେ ଉଷା ୬ଟି ପଦକ ଜିତି ବିଶ୍ବରେ ଚର୍ଚ୍ଚିତ ପାଲଟିଥିଲେ । ଏଥିରେ ଥିଲା ୫ଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ । ୧୦୦ମିଟର ୧୧.୬୪ ସେକେଣ୍ଡ, ୨୦୦ ମିଟର ୨୩.୦୫ ସେକେଣ୍ଡ ଓ ୪୦୦ ମିଟର ୫୨.୬୨ ସେକେଣ୍ଡରେ ପହଞ୍ଚି ଏସିଆ ରେକର୍ଡର ଅଧିକାରୀ ହୋଇଥିଲେ ।
-
The passing of my guru, my coach, my guiding light is going to leave a void that can never be filled. Words cannot express his contribution to my life. Anguished by the grief. Will miss you OM Nambiar sir. RIP 🙏🏽 pic.twitter.com/01ia2KRWHO
— P.T. USHA (@PTUshaOfficial) August 19, 2021 " class="align-text-top noRightClick twitterSection" data="
">The passing of my guru, my coach, my guiding light is going to leave a void that can never be filled. Words cannot express his contribution to my life. Anguished by the grief. Will miss you OM Nambiar sir. RIP 🙏🏽 pic.twitter.com/01ia2KRWHO
— P.T. USHA (@PTUshaOfficial) August 19, 2021The passing of my guru, my coach, my guiding light is going to leave a void that can never be filled. Words cannot express his contribution to my life. Anguished by the grief. Will miss you OM Nambiar sir. RIP 🙏🏽 pic.twitter.com/01ia2KRWHO
— P.T. USHA (@PTUshaOfficial) August 19, 2021
ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପିଟି ଉଷାଙ୍କ ଚମତ୍କାର ପ୍ରଦର୍ଶନ ପରେ କୋଚ୍ ଓ ଏମ ନାମ୍ବିଆର ଚର୍ଚ୍ଚାକୁ ଆସିଥିଲେ । ନାମ୍ବିଆରଙ୍କ ଟେକ୍ନିକାଲ ବିଶ୍ଲେଷଣର ବିଚକ୍ଷଣ ପ୍ରତିଭା ଓ ନିରନ୍ତର ପ୍ରେରଣା ପିଟି ଉଷାଙ୍କ ଅନ୍ତର୍ଜାତୀୟ ଆଥଲେଟିକ୍ସର ସଫଳତାର କାରଣ ବୋଲି କୁହାଯାଏ ।
ତେବେ ଗୁରୁବାର ସନ୍ଧ୍ୟାରେ ୮୯ ବର୍ଷ ବୟସରେ ପ୍ରଖ୍ୟାତ କୋଚ୍ ଏମ ନାମ୍ବିଆରଙ୍କ ଦେହାନ୍ତ ହୋଇଛି । ନିଜ କୋଝିକୋଡ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି ଉଷା । ଗୁରୁ ନାମ୍ବିଆଙ୍କ ପାଇଁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଲେଖିବା ସହ ଉଷା କହିଛନ୍ତି, "ଏହି ସ୍ଥାନ ଅପୂରଣୀୟ, ଏକ ଉଜ୍ଜଳ ଆଲୋକର ବର୍ତ୍ତିକାର ଶେଷ । ଜୀବନରେ ତାଙ୍କର ଥିବା ଅବଦାନକୁ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ, ଅମର ଆତ୍ମାର ସଦ୍ଗତି କାମନା ।"
ବର୍ଷ ୧୯୮୫ରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଆୱାର୍ଡରେ ସମ୍ମାନିତ କରିଥିଲେ । ଏହି ଆୱାର୍ଡକୁ ଦେଶରେ ଶ୍ରେଷ୍ଠ କୋଚ୍ ଆୱାର୍ଡ ଭାବେ ବିବେଚନା କରାଯାଏ । ଏହାପରେ ବର୍ଷ ୨୦୨୧ରେ ଆଥଲେଟିକ୍ସ କ୍ଷେତ୍ରରେ ଭାରତୀୟ କ୍ରୀଡାଜଗତକୁ ତାଙ୍କର ସମସ୍ତ ପ୍ରକାର ଅବଦାନ ପାଇଁ ପଦ୍ମଶ୍ରୀ ଆୱାର୍ଡ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ