ETV Bharat / sports

Pro Kabaddi League: ଆଜିଠୁ ପ୍ରୋ କବାଡି ଲିଗ୍, ବିନା ଦର୍ଶକରେ ହେବ ମ୍ୟାଚ

ଆଜିଠୁ (ବୁଧବାର) ଆରମ୍ଭ ପ୍ରୋ କବାଡି ଲିଗର (Pro Kabaddi League) ୮ମ ସିଜିନ। କୋରୋନା ମହାମାରୀ ପାଇଁ ଗୋଟିଏ ଭେନ୍ୟୁରେ ହେବ ସମସ୍ତ ମ୍ୟାଚ । ଏଥିରେ ମୋଟ ୧୨ଟି ଦଳ ଭାଗ ନେବେ । ଅଧିକ ପଢନ୍ତୁ

author img

By

Published : Dec 22, 2021, 9:59 AM IST

ଆଜିଠୁ ପ୍ରୋ କବାଡି ଲିଗ୍, ବିନା ଦର୍ଶକରେ ହେବ ମ୍ୟାଚ

ବେଙ୍ଗାଲୁରୁ: ଆଜିଠାରୁ (ବୁଧବାର) ଆରମ୍ଭ ପ୍ରୋ କବାଡି ଲିଗର (Pro Kabaddi League) ୮ମ ସିଜିନ। କୋରୋନା ମହାମାରୀ ପାଇଁ ଗୋଟିଏ ଭେନ୍ୟୁରେ ହେବ ସମସ୍ତ ମ୍ୟାଚ । ଏଥିରେ ମୋଟ ୧୨ଟି ଦଳ ଭାଗ ନେବେ । ମ୍ୟାଚଗୁଡିକ ବିନା ଦର୍ଶକ ଓ ବାୟୋ ସୁରକ୍ଷାରେ ଖେଳାଯିବ । ଆଜି ମୋଟ ୩ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ପୂର୍ବତନ ଚମ୍ପିଆନ ୟୁ ମୁମ୍ବା ଓ ବେଙ୍ଗାଲୁରୁ ବୁଲ୍ସ ପରସ୍ପରକୁ ଭେଟିବେ ।

ଏହାପରେ ତେଲୁଗୁ ଟାଇଟାନ୍ସ ଓ ତାମିଲ ଥଲାଇଭାସ ମଧ୍ୟରେ ମୁକାବିଲା ହେବ । ପରେ ପରେ ତୃତୀୟ ମ୍ୟାଚ ଭାବେ ବେଙ୍ଗାଲୁରୁ ୱାରିଅର୍ସ ଓ ୟୁପି ଯୋଦ୍ଧାଙ୍କ ମଧ୍ୟରେ ଫାଇଟ ହେବ । ଚଳିତ ସିଜନର ପ୍ରଥମ ୪ ଦିନ ଟ୍ରିପଲ ହେଡର ଫର୍ମାଟ ଦେଖିବାକୁ ମିଳିବ। କେବଳ ଶନିବାର ଗୁଡିକରେ ୩ ଲେଖାଏଁ ମ୍ୟାଚ ଖେଳାଯିବ । ଗତ ସିଜିନରେ ୟୁ ମୁମ୍ବା ସହ ବେଙ୍ଗାଲୁରୁ ବୁଲ୍ସ ପକ୍ଷରୁ ଖେଳୁଥିବା ଟପ ସ୍କୋରର ପବନ କୁମାର ଶେରାୱତଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବେଙ୍ଗାଲୁରୁ ବୁଲ୍ସ ଏଥର ଅଭିଜ୍ଞ ଖେଳାଳି ଚନ୍ଦ୍ରନ ରଣଜୀତଙ୍କୁ ଦଳରେ ସାମିଲ କରିଛି । ସେ ସିଜିନ ୭ରେ ଦବଙ୍ଗ ଦିଲ୍ଲୀର ରେଡିଂ ୟୁନିଟର ପ୍ରମୁଖ ସଦସ୍ୟ ଥିଲେ ।

ଦ୍ବିତୀୟ ମ୍ୟାଚରେ ତେଲୁଗୁ ଟାଇଟାନ୍ସର ଅଭିଜ୍ଞ ଯୋଡି ସିଦ୍ଧାର୍ଥ ଦେଶାଇ ଓ ରୋହିତ କୁମାରଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ତାଙ୍କ ଆଗରେ ତାମିଲ ଥଲାଇଭାସର ବ୍ଲକ ମାଷ୍ଟର ସୁରଜିତ କିଛି କମ ନୁହନ୍ତି । ପ୍ରୋ କବାଡିର ଇତିହାସରେ ସୁରଜିତ ସବୁଠାରୁ ଅଧିକ ୧୧୬ ବ୍ଲକ କରି ରେକର୍ଡ କରିଛନ୍ତି । ବେଙ୍ଗାଲୁରୁ ୱାରିଅର୍ସ ଶକ୍ତିଶାଳୀ ୟୁପି ଯୋଦ୍ଧା ବିପକ୍ଷରେ ଖେଳି ତାର ଅଭିଯାନ ଆରମ୍ଭ କରିବ । ସିଜିନ ୫ ପରଠୁ ୟୁପି ଯୋଦ୍ଧା ସବୁବେଳେ ପ୍ଲେ ଅଫକୁ ଉନ୍ନୀତ ହୋଇଛି । ସେ ବେଙ୍ଗାଲୁରୁ ୱାରିଅର୍ସ ଉପରେ ଭାରି ପଡିପାରେ । ତେବେ ଲିଗରେ କେଉଁ ଦଳର ରଣନୀତି କାମ ଦେଉଛି ତାହା ମ୍ୟାଚ ପରେ ସ୍ପଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.