ETV Bharat / sports

PKL ୨୦୨୧: ଅଗଷ୍ଟ ୨୯ରୁ ମେଗା ନିଲାମ - ପ୍ରୋ କବାଡି ମେଗା ନିଲାମ

ପ୍ରୋ କବାଡି ଲିଗ୍‌(PKL) ର ଅଷ୍ଟମ ସଂସ୍କରଣ ପାଇଁ ୫୯ ଖେଳାଳି ରିଟେଣ୍ଡ ହୋଇଛନ୍ତି । ଅଧିକ ପଢନ୍ତୁ...

Pro Kabaddi League 2021: Auction to take place from August 29 to 31
PKL ୨୦୨୧: ଅଗଷ୍ଟ ୨୯ରୁ ମେଗା ନିଲାମ
author img

By

Published : Aug 20, 2021, 4:57 PM IST

ମୁମ୍ବାଇ: ପ୍ରୋ କବାଡି ଲିଗ୍‌(PKL) ର ଅଷ୍ଟମ ସଂସ୍କରଣ ପାଇଁ ହେବ ମେଗା ନିଲାମ । ଅଗଷ୍ଟ ୨୯ରୁ ୩୧ ପର୍ଯ୍ୟନ୍ତ ମୁମ୍ବାଇରେ ଏହି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ୩ଟି ବର୍ଗର ୫୯ ଖେଳାଳି ରିଟେଣ୍ଡ ହୋଇଛନ୍ତି । ଅଷ୍ଟମ ସଂସ୍କରଣର ମେଗା ନିଲାମ ପ୍ରିକ୍ରିୟା ପୂର୍ବରୁ ଶୁକ୍ରବାର ସମସ୍ତ ରିଟେଣ୍ଡ ଖେଳାଳିଙ୍କ ତାଲିକା ଘୋଷଣା କରିଛି ପ୍ରୋ କବାଡି ଲିଗ୍‌(PKL) ।

ତେବେ କେଉଁ ଷ୍ଟାର ଖେଳାଳି ନିଲାମରେ ନିଜ ପସନ୍ଦର ଟିମରେ ସାମିଲ ହେଉଛନ୍ତି ଜାଣିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଡିଫେଣ୍ଡିଂ ଚମ୍ପିଆନ ବେଙ୍ଗଲ ୱାରିୟର୍ସ କ୍ୟାପଟେନ ମନିନ୍ଦର ସିଂ ଓ ମହମ୍ମ ଇସମେଲ ନାବିବାକ୍ଷଙ୍କୁ ରିଟେଣ୍ଡ କରିଛି । ସେହିପରି PKL ୭ର ଶ୍ରେଷ୍ଠ ପଏଣ୍ଟ ସ୍କୋରର୍‌ ପୱନ କୁମାର ସେରାୱାତଙ୍କୁ କ୍ରମାଗତ ଦ୍ବିତୀୟ ସଂସ୍କରଣ ପାଇଁ ବେଙ୍ଗାଲୁରୁ ବୁଲ୍‌ସ ରିଟେଣ୍ଡ କରିଛି । ଅନ୍ୟପଟେ ନବୀନ କୁମାରଙ୍କୁ ଦବଙ୍ଗ ଦିଲ୍ଲୀ, ଫଜଲ ଅଟ୍ରାଚାଲିଙ୍କୁ ୟୁ ମୁମ୍ବା, ପରବେଶ ଭାଇନସ୍ବାଲ ଓ ସୁନୀଲ କୁମାରଙ୍କୁ ଗୁଜୁରାଟ ଜିଆଣ୍ଟସ, ବିକାଶ ଖାନ୍ଦୋଲାଙ୍କୁ ହରିୟାଣା ଷ୍ଟ୍ରିଲର୍ସ, ନିତେଶ କୁମାରଙ୍କୁ ୟୁପି ଯୋଦ୍ଧା ରିଟେଣ୍ଡ କରିଛି ।

ତେବେ ପ୍ରଦୀପ ନରୱାଲ, ଦୀପକ ହୁଡ୍ଡା, ରାହୁଲ ଚୌଧୁରୀ, ସିଦ୍ଧାର୍ଥ ଦେଶାଇ, ରୋହିତ କୁମାରଙ୍କ ଭଳି ଷ୍ଟାର ଖେଳାଳିଙ୍କ ଭାଗ୍ୟ ନିଲାମରେ ସ୍ଥିର ହେବାକୁ ଥିବାରୁ ଉତ୍ସାହ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.