ETV Bharat / sports

ରାଷ୍ଟ୍ରପତିଙ୍କ ସହ ଚା' ପିଇବେ ଅଲମ୍ପିଆନ - ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖବର

ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଭବନର ସଂସ୍କୃତି ଭବନରେ ରାଷ୍ଟ୍ରପତିଙ୍କ ସହ ଚା’ ପିଇବେ ଅଲମ୍ପିିଆନ । ଅଧିକ ପଢ଼ନ୍ତୁ...

President Ram Nath Kovind to meet indian Contingent of the Tokyo Olympics 2020 on august 14
ଆଥଲେଟଙ୍କ ସହ ଚା' ପିଇବେ ରାଷ୍ଟ୍ରପତି ରାମନାଥ କୋବନ୍ଦ
author img

By

Published : Aug 10, 2021, 5:59 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ଭେଟିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୪ ତାରିଖରେ ରାଷ୍ଟ୍ରପତି ଭବନର ସଂସ୍କୃତି ଭବନରେ ଏକ ଚା’ ପିଆ କାର୍ଯ୍ୟକ୍ରମ ରଖାଯାଇଛି । ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡ଼ାବିତ୍ ଯୋଗଦେବେ।

ଅଲମ୍ପିକ୍ ଗେମ୍ସ ଇତିହାସରେ ଭାରତ ଚଳିତ ଥର ଜବରଦସ୍ତ ପ୍ରଦର୍ଶନ କରିଛି । ହକି ଦଳ ୪୧ ବର୍ଷ ପରେ ପଦକ ହାସଲ କରି ଫେରିଛି । ପ୍ରଥମ ଭାରତୀୟ ଆଥଲେଟ ଭାବରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ନକଆଉଟ ମ୍ୟାଚରେ ପ୍ରବେଶ କରି ପାରିଥିଲା । ତେବେ ଦଳ ପଦକ ହାସଲ କରିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତା ସାଙ୍ଗକୁ ଭାରତୀୟ ଖେଳାଳି କୁସ୍ତି, ବ୍ୟାଡମିଣ୍ଟନ ଓ ଭାରୋତ୍ତଳ ଇଭେଣ୍ଟରେ ମଧ୍ୟ ପଦକ ହାସଲ କରି ଭାରତର ନାଁ ଟେକ ରଖିଛନ୍ତି ।

ଏହାପରେ କ୍ରୀଡ଼ାବିତଙ୍କୁ ସହ ବହୁ ବିଶେଷ ବ୍ୟକ୍ତିମାନେ ଭେଟିବା ସହ ସେମାନଙ୍କ ଉପରେ ପୁରସ୍କାର ବର୍ଷା କରିଛନ୍ତି । ଏହାସହ ଅଗଷ୍ଟ ୧୫ ତାରିଖରେ କ୍ରୀଡ଼ାବିତମାନେ ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ କିଲ୍ଲାରେ ଯୋଗ ଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.