ETV Bharat / sports

‘ମୁ୍‌ଁ ଫିଟ୍‌ ତ ଇଣ୍ଡିଆ ଫିଟ୍‌’

ଚଳିତ ବର୍ଷ ଜାତୀୟ କ୍ରୀଡା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି । ଜାତୀୟ କ୍ରୀଡା ଦିବସରେ ଫିଟ ଇଣ୍ଡିଆ ଆନ୍ଦୋଳନକୁ ଜନ ଆନ୍ଦୋଳନ ଲକ୍ଷ୍ୟରେ ଶୁଭାରାମ୍ଭ ହେଲା 'ଫିଟ୍‌ ଇଣ୍ଡିଆ' ମୁଭମେଣ୍ଟ ।

author img

By

Published : Aug 29, 2019, 11:33 AM IST

Updated : Aug 29, 2019, 12:34 PM IST

ଡିଡାଇନ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଏହି ମହାନ୍‌ ହକି ଖେଳାଳୀଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ । ତେବେ ଚଳିତ ବର୍ଷ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନରେ ପ୍ରଥମେ କ୍ରୀଡା ଦିବସରେ ସମସ୍ତ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ହକି ଯାଦୁଗର ଧ୍ୟାନଚନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସ୍ପୋର୍ଟସର ସିଧା ସମ୍ପର୍କ ଫିଟ୍‌ନେସ ସହ ରହିଛି । ସମସ୍ତଙ୍କ ଭିତରେ ଜଣେ ବିଦ୍ୟାର୍ଥୀ ବଞ୍ଚିଛି । ଏହିକାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଜନତାଙ୍କୁ ବିଦ୍ୟାର୍ଥୀ ବୋଲି ସମ୍ବୋନ୍ଧିତ କରିଥିଲେ । ଆଜିର ଦିନରେ ଅନେକ ରହିଛନ୍ତି ନିଜର ଫିଟ୍‌ରେ ଧ୍ୟାନ ଦେଉ ନାହାଁନ୍ତି । ଆଜିର ଯୁବପିଢୀ ଚାଲୁଛନ୍ତି କମ୍‌ ଗଣୁଛନ୍ତି ଅଧିକ । ତେଣୁ ଏହି ଆନ୍ଦୋଳନର ଆବଶ୍ୟକତା ରହିଛି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଫିଟନେସ୍‌କୁ ନେଇ ଅନେକ ସଚେତନତା ସୃଷ୍ଟି କରାଯାଉଛି । ଶେଷରେ ଫିଟନେସ୍‌କୁ ନିଜ ଜୀବନର ଅଭିନ୍ନ ଅଙ୍ଗ ରୂପେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର କ୍ରୀଡା ମନ୍ତ୍ରୀ, କ୍ରାଡା ସଚିବ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରମୁଖ ସମେତ ଅନେକ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ ଭାରତର ନାଁ ସର୍ବାଦା ଗୌରବ କରିଥିବା ଖେଳାଳୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଭାରତର ପାରମ୍ପରିକ ଖେଳ ଖୋଖୋ, କବାଡି, କୁସ୍ତି, ମଲଖମ୍‌ ସହ ଛୋଟ ପିଲାଙ୍କ ଖେଳ ଗିଲିଦଣ୍ଡା, ବାଟି ଖେଳ, କିତ୍‌କିତ୍‌ ଖେଳର ଲାଭ ସମ୍ପର୍କରେ ଶିଶୁ କଳାକରମାନେ ଷ୍ଟେଜ୍‌ ଶୋ ମାଧ୍ୟମରେ ଭାରତବାସୀଙ୍କୁ ଜଣାଇଥିଲେ । ଏପରିକି ଭାରତର ବିଭିନ୍ନ ଖୁସିର ମୂହୁର୍ତ୍ତରେ ନାଚୁ ଥିବା ଭାଙ୍ଗରା,ବିହୁ ଓ ଭକ୍ତିରେ ଭକ୍ତ ନାଚୁଥିବା ଗରବା ନୃତ୍ୟ ପରି ଅନେକ ନାଚ ମାଧ୍ୟମରେ ଫିଟ୍‌ ଜଣେ ରହି ପାରିବ ବୋଲି ଅତି ସୁନ୍ଦର ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସୂଚନା ଦେଇଥିଲେ ।

ଛୋଟ ଛୋଟ ଶିଶୁମାନେ ଟିଭି, ଭିଡିଓ ଗେମ୍‌, ମୋବାଇଲ ଛାଡି ପଡିଆରେ ଯାଇ ଖେଳକୁ ଆପଣାଇବା ସହ ଫାଷ୍ଟ ଫୁଡ ବଦଳରେ ପୃଷ୍ଟିକର ଖାଇବା ହିତକର ବୋଲି ସାରା ଦେଶବାସୀଙ୍କୁ କହିବା ସହ ନିଜ ଠାରୁ ଏହି ଫିଟ୍‌ ଅଭିଯାନ ଆରମ୍ଭର ସଂକଳ୍ପ ନେଇଥିଲେ ।

ଏହି ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ମୂଳ ଉଦ୍ଦେଶ୍ୟ ହେଲା ଲୋକମାନେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଶାରୀରିକ ଆକ୍ଟିଭିଟି କରିବା ସହ ଖେଳକୁ ପ୍ରୋତ୍ସାହନ ଦେବା । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Intro:Body:

hgfh

Conclusion:
Last Updated : Aug 29, 2019, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.