ETV Bharat / sports

Mann Ki Baat: ଅଲମ୍ପିଆନ୍ ନିରୋଜ ଚୋପ୍ରା ଓ ମିତାଲିଙ୍କୁ ମୋଦିଙ୍କ ପ୍ରଶଂସା - ଅଲମ୍ପିଆନ ନିରୋଜ ଚୋପ୍ରାଙ୍କୁ ପ୍ରଶଂସା

ଆଜି ୯୦ ତମ ମନ କି ବାତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ମନ କି ବାତରେ ଦେଶ ପାଇଁ ଖେଳାଳିଙ୍କ ଯୋଗ ଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି । ଅଧିକ ପଢନ୍ତୁ

Mann Ki Baat : ଅଲମ୍ପିଆନ୍ ନିରୋଜ ଚୋପ୍ରା  ଓ ମିତାଲିଙ୍କୁ ମୋଦିଙ୍କ ପ୍ରଶଂସା

author img

By

Published : Jun 26, 2022, 1:25 PM IST

ନୂଆଦିଲ୍ଲୀ: ଆଜି ୯୦ ତମ ମନ କି ବାତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ମନ କି ବାତରେ ଦେଶ ପାଇଁ ଖେଳାଳିଙ୍କ ଯୋଗ ଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି । ୨୦୨୦ ଟୋକିଓ ଅଲମ୍ପିକ୍ସରେ ଦେଶକୁ ଗୋଲ୍ଡ ମେଡାଲ ଭେଟି ଦେଇଥିବା ଅଲମ୍ପିଆନ ନିରୋଜ ଚୋପ୍ରା ବିଷୟରେ କହିଛନ୍ତି ଫିନଲାଣ୍ଡରେ କୋର୍ଟେନ ଗେମ୍ସରେ ନିରୋଜ ସ୍ବର୍ଣ୍ଣ ପଦକ ହାସଲ କରି ଦେଶକୁ ପୁଣି ଥରେ ଗୌରବାନ୍ବିତ କରିଛନ୍ତି ।

ଏହା ପୂର୍ବରୁ ସେ ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେମ୍ସରେ ନୂଆ ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାସଲ କରିଥିଲେ । ଯାହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ରେକର୍ଡ ଭାଙ୍ଗିଲେ ଅଲମ୍ପିଆନ ନିରୋଜ ଚୋପ୍ରା । ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେମ୍ସରେ ୮୯.୦୩ ମିଟର ଜାଭଲିନ ଥ୍ରୋ କରିଥିଲେ ନିରୋଜ । ଏହା ପୂର୍ବରୁ ୨୦୨୦ ଟୋକିଓ ଅଲମ୍ପିକ୍ସରେ ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭଲିନ ଥ୍ରୋ କରିଥିଲେ ।

ଏହା ସହିତ ମୋଦି ମନ କି ବାତରେ ପୂର୍ବତନ ମହିଳା କ୍ରିକେଟ ଅଧିନାୟିକା ମିତାଲି ରାଜ୍ ବିଷୟରେ କହିଛନ୍ତି ଅଧିନାୟିକା ମିତାଲି ଖାଲି କ୍ରିକେଟର ନ ଥିଲେ ସେ ବହୁ ଖେଳାଳିଙ୍କର ପ୍ରେରଣା ଥିଲେ । କିଛି ଦିନ ତଳେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ଯାହା କ୍ରିକେଟପ୍ରେମୀଙ୍କୁ ଭାବବିହ୍ବଳ କରିଥିଲା । ମିତାଲିଙ୍କର କ୍ରିକେଟ ପ୍ରତି ଥିବା ଅବଦାନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ସଦ୍ୟ ସମାପ୍ତ ଖେଲୋ ଇଣ୍ଡିଆକୁ ମଧ୍ୟ ପ୍ରଶଂସା କରିଛନ୍ତି । ଆମ ଖେଳାଳିମାନେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ସମୁଦାୟ ୧୨ଟି ରେକର୍ଡରୁ ୧୧ଟି ରେକର୍ଡ ମହିଳା ଖେଳାଳିଙ୍କ ନାମରେ ରହିଥିବା କହିଛନ୍ତି ମୋଦି । ଖେଲୋ ଇଣ୍ଡିଆରେ ଖେଳାଳିଙ୍କ ପାଇଁ ସୁନ୍ଦର ଭବିଷ୍ୟତ ରହିଛି । ଦକ୍ଷ ଖେଳାଳିଙ୍କ ପାଇଁ ଅନେକ ସୁଯୋଗ ରହିଛି । ଯେଉଁ ଖେଳାଳିମାନେ ଗରିବ ପରିବାରରୁ ଆସୁଛନ୍ତି ସେମାନେ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଁଚିପାରିବେ ବୋଲି କହି ମୋଦି ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.