ETV Bharat / sports

ପ୍ରୋ-କବାଡି: ଟାଇଟଲ ଲଢେଇରେ ଦବଙ୍ଗ ଦିଲ୍ଲୀ-ବେଙ୍ଗଲ ୱାରିୟର୍ସ

ଦବଙ୍ଗ ଦିଲ୍ଲୀ ଓ ବେଙ୍ଗଲ ୱାରିୟର୍ସ ମଧ୍ୟରେ ପ୍ରୋ-କବାଡି 7ମ ସଂସ୍କରଣ ଟାଇଟଲ ପାଇଁ ଫାଇନାଲ ଲଢେଇ ହେବ ।

author img

By

Published : Oct 19, 2019, 5:46 PM IST

ଫଟୋ ସୌଜନ୍ୟ: twitter@ProKabbadi

ଅହମ୍ମଦାବାଦ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରୋ-କବାଡିର ଚଳିତ ସଂସ୍କରଣ । ଶନିବାର ଅହମ୍ମଦାବାଦରେ ଦବଙ୍ଗ ଦିଲ୍ଲୀ ଓ ବେଙ୍ଗଲ ୱାରିୟର୍ସ ମଧ୍ୟରେ ପ୍ରୋ-କବାଡି 7ମ ସଂସ୍କରଣର ଟାଇଟଲ ପାଇଁ ଫାଇନାଲ ଲଢେଇ ହେବ ।

ଉଭୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛନ୍ତି । ସେଥିପାଇଁ ଚଳିତ ସଂସ୍କରଣର ଚମ୍ପିଆନ ଏକ ନୂଆ ଦଳ ହେବ । ଉଭୟ ଦଳରେ ଏକାଧିକ ଷ୍ଟାର ଖେଳାଳି ଥିବାରୁ ଜୋରଦାର ଟକ୍କର ହେବାର ଆଶା କରାଯାଉଛି । ପ୍ରଦର୍ଶନ ଦୃଷ୍ଟିରୁ ଉଭୟ ଦଳ ପ୍ରାୟତଃ ସମାନ ।

ସେମିଫାଇନାଲରେ ପୂର୍ବତନ ଚମ୍ପିଆନ ବେଙ୍ଗାଲୁରୁ ବୁଲ୍ସକୁ 44-38 ପଏଣ୍ଟରେ ମାତ ଦେଇ, ଫାଇନାଲରେ ପ୍ରବେଶ କରିଥିଲା ଦବଙ୍ଗ ଦିଲ୍ଲୀ । ଅନ୍ୟପଟେ ବେଙ୍ଗଲ ୱାରିୟର୍ସ, 37-35 ପଏଣ୍ଟ ସହ ଏକ ଚିତ୍ତାକର୍ଷକ ମ୍ୟାଚରେ ୟୁମୁମ୍ବାକୁ ହରାଇ ଫାଇନାଲରେ ପହଞ୍ଚିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.