ନୂଆଦିଲ୍ଲୀ: ପାରାଲମ୍ପିକ ଗେମ୍ସ ଆରମ୍ଭ ପୂର୍ବରୁ ଟୋକିଓରେ ପହଞ୍ଚିଲେ ଭାରତୀୟ ପାରାଲମ୍ପିକ୍ କମିଟି(PCI) ସଭାପତି ଦୀପା ମଲିକ ଓ ଉପମୁଖ୍ୟ ଦି ମିଶନ ଆରହନ ବଗାତି । ଗୁରୁବାର ସକାଳ ସମୟରେ ଉଭୟ ପ୍ରଶାସକ ଟୋକିଓରେ ପହଞ୍ଚିଛନ୍ତି । ଅଗଷ୍ଟ ୨୪ରୁ ପାରାଲମ୍ପିକ୍ ଖେଳ ଆରମ୍ଭ ହେବ ।
-
Very smooth check in and just not complicated at all as it seemed in briefings regards to apps n Covid protocols. Lots of booths n volunteers to assist at the airport. Or shud I say we were very well prepared through our webinars back home #Tokyo2020 @Media_SAI @ParalympicIndia pic.twitter.com/Ci71wK4cgo
— Deepa Malik (@DeepaAthlete) August 18, 2021 " class="align-text-top noRightClick twitterSection" data="
">Very smooth check in and just not complicated at all as it seemed in briefings regards to apps n Covid protocols. Lots of booths n volunteers to assist at the airport. Or shud I say we were very well prepared through our webinars back home #Tokyo2020 @Media_SAI @ParalympicIndia pic.twitter.com/Ci71wK4cgo
— Deepa Malik (@DeepaAthlete) August 18, 2021Very smooth check in and just not complicated at all as it seemed in briefings regards to apps n Covid protocols. Lots of booths n volunteers to assist at the airport. Or shud I say we were very well prepared through our webinars back home #Tokyo2020 @Media_SAI @ParalympicIndia pic.twitter.com/Ci71wK4cgo
— Deepa Malik (@DeepaAthlete) August 18, 2021
ବିମାନବନ୍ଦରରେ ପହଞ୍ଚିବା ପରେ ଦୀପା ଟ୍ବିଟରେ ଲେଖିଛନ୍ତି, "କୌଣସି ଅସୁବିଧା ହୋଇନାହିଁ । ସ୍ଥାନୀୟ କୋଭିଡ ନିୟମ ବିଷୟରେ ସରଳଭାବେ ଜାଣିବାକୁ ମିଳିଛି । ବିମାନବନ୍ଦରରେ ସହଯୋଗ ଓ ସ୍ବାଗତ ପାଇଁ ଭଲ୍ୟୁଣ୍ଟିଅର ରହିଛନ୍ତି ।"
ଅରହାନ ବଗାତି ମଧ୍ୟ ଏକ ଭିଡିଓ ଟ୍ବିଟ କରିଛନ୍ତି ଓ ପାରାଲମ୍ପିକ ଭିଲେଜ୍ ଅଭିମୁଖେ ଯାତ୍ରା କରୁଥିବା ଜଣାଇଛନ୍ତି ।
ଦୀପା ଓ ଅରହାନଙ୍କ ସହିତ PCI ର ପ୍ରତିଷ୍ଠାତା ସଦସ୍ୟ ଜେ. ଚନ୍ଦ୍ର ଶେଖର, PCI କୋଷାଧ୍ୟକ୍ଷ ଏମ ମହାଦେବ ଓ ଭାରତୀୟ ପାରା ଟେବୁଲ ଟେନିସ ଖେଳାଳି ଭାବିନା ହାସମୁଖଭାଇ ପଟେଲ ଓ ସୋନଲ ପଟେଲ ରହିଛନ୍ତି । ମେଗା ଇଭେଣ୍ଟରେ ମୋଟ ୯ଟି ଭିନ୍ନରେ ୫୪ଜଣ ଭାରତୀୟ ପାରା-ଆଥଲେଟ୍ ଅଂଶଗ୍ରହଣ କରିବେ । ପାରାଲମ୍ପିକ୍ ଖେଳରେ ଏଯାବତ ଏହା ଭାରତର ବୃହତ୍ତମ ଟିମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ