ETV Bharat / sports

ପାରା ସୁଟିଂ ବିଶ୍ୱକପରେ ପୂଜା ଅଗ୍ରୱାଲଙ୍କୁ ରୌପ୍ୟ ପଦକ - ପାରା ଆଥଲେଟ ପୂଜା ଅଗ୍ରୱାଲ

ବିଶ୍ୱ ପାରା ସୁଟିଂ ବିଶ୍ୱକପରେ ଚମକିଲେ ଭାରତର ପୂଜା ଅଗ୍ରୱାଲ । ଟୁର୍ଣ୍ଣାମେଣ୍ଟରେ ପୂଜା ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

para athlete puja agarwal won silver medal in shooting world cup

author img

By

Published : Jun 23, 2021, 7:09 PM IST

ଚେନ୍ନାଇ: ବିଶ୍ୱ ପାରା ସୁଟିଂ ବିଶ୍ୱକପରେ ଚମକିଲେ ଭାରତର ପୂଜା ଅଗ୍ରୱାଲ । ପେରୁର ଲିମାରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୂଜା ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ନେଇ ଖୁସି ଜାହିର କରିଛନ୍ତି ପୂଜା ।

ଏହାକୁ ନେଇ ପୂଜା କହିଛନ୍ତି ଯେ, "ବିଶ୍ୱ ପାରା ସୁଟିଂ ବିଶ୍ୱକପରେ ଦୁଇଟି ରୌପ୍ୟ ପଦକ ଜିତିଥିବାରୁ ଖୁସି ଲାଗୁଛି । ପ୍ରଥମେ ସଠିକ ଲକ୍ଷ୍ୟ ଭେଦ କରିବାରେ ସମସ୍ୟା ଦେଖା ଦେଇଥିଲା । ତେବେ ଶେଷରେ ମୁଁ ପଦକ ଜିତିବାକୁ ସକ୍ଷମ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ମହାମାରୀ ସମୟରେ ମଧ୍ୟ ଅଭ୍ୟାସ ଜାରି ରଖିଥିଲି ।"

ବର୍ତ୍ତମାନ ପାରା ପିସ୍ତଲ ସୁଟର ରାଙ୍କିଂ 12ତମ ସ୍ଥାନରେ ରହିଛନ୍ତି ପୂଜା । ସେହିଭଳି ଏସିଆରେ ସେ 11ତମ ରାଙ୍କିଂରେ ରହିଛନ୍ତି । ଏହାପୂର୍ବରୁ ସେ ଦୁବାଇରେ ଆୟୋଜିତ ହୋଇଥିବା ବିଶ୍ୱ ସୁଟିଂ ଚମ୍ପିଆନସିପରେ ପଦକ ହାସଲ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟକୁ ଡକ୍ଟର କର୍ଣ୍ଣୀ ସିଂହ ସୁଟିଂରେ ତାଲିମ ନେଉଥିଲେ ପୂଜା । ଏହି 35 ବର୍ଷୀୟ ଆଥଲେଟ 2012 ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ହାର ନ ମାନି 2016ରୁ ସୁଟିଂ ତାଲିମ ନେଇଥିଲେ । 2017ରେ ସେ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ସୁଯୋଗ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇିଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.