ETV Bharat / sports

କୋରୋନା କବଳରେ ଆଥଲେଟ ନିଷଦ କୁମାର

author img

By

Published : Feb 28, 2021, 7:14 PM IST

କୋରୋନା ଆକ୍ରାନ୍ତ ହେଲେ ପାରା ଆଥଲେଟ ନିଷଦ କୁମାର। ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ ସୂଚନା ଦେଇଛି।

କୋରୋନା କବଳରେ ଆଥଲେଟ ନିଷଦ କୁମାର
କୋରୋନା କବଳରେ ଆଥଲେଟ ନିଷଦ କୁମାର

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ହେଲେ ପାରା ଆଥଲେଟ ନିଷଦ କୁମାର। ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ ସୂଚନା ଦେଇଛି। ନିଷଦ ଦୁବାଇରେ ହୋଇଥିବା ବିଶ୍ବ ଫାଜା ପାରା ଆଥଲେଟ ଗ୍ରାଣ୍ଡପ୍ରିକ୍ସରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କୋରୋନା ଆକ୍ରାନ୍ତ ହେବାପରେ ତାଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି।

ଏହାକୁ ନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ କହିଛି ଯେ, "ଅଭ୍ୟାସ ଆରମ୍ଭ କରିବାକୁ ନିଷଦ ଗତ ଫେବ୍ରୁଆରୀ 23 ତାରିଖରେ ଶିବିରରେ ଯୋଗ ଦେଇଥିଲେ। ତାଙ୍କ ସହ ଆଉ ଦୁଇ ଜଣ ଆଥଲେଟ ଓ ଜଣେ ସପୋର୍ଟ ଷ୍ଟାଫ ମଧ୍ୟ ରହିଥିଲେ। ତେବେ ଅଭ୍ୟାସ ଶିବିରରେ ପହଞ୍ଚିବା ମାତ୍ରେ ସେମାନଙ୍କୁ 7 ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରଖାଯାଇଥିଲା। ସାଇ(Sports Authority of India) ଏସଓପି ଅନୁଯାୟୀ ଆରଟିପିସିଆର ଟେଷ୍ଟ ପରେ ନିଷଦ କୋରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।"

ନିଷଦ ଫାଜା ପାରା ଆଥଲେଟ ଗ୍ରାଣ୍ଡପ୍ରିକ୍ସର ଲଙ୍ଗଜମ୍ପରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ବର୍ତ୍ତମାନ ସେ କୋରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଏସଏସ ସ୍ପର୍ଶ ହସ୍ପିଟାଲରେ କ୍ବାରେଣ୍ଟିନରେ ରଖାଯାଇଛି। ଏହାସହ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ଜାତୀୟ ଅଭ୍ୟାସ ଶିବିରରେ ଯୋଗ ଦେଇଥିବା ଅନ୍ୟ ଆଥଲେଟଙ୍କ କ୍ବାରେଣ୍ଟିନ ଅବଧିକୁ ଆଉ 7 ଦିନ ବଢ଼ାଇ ଦେଇଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନ। ଏହାପୂର୍ବରୁ କୋଚ ସତ୍ୟନାରାୟଣ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେ ଡିସଚାର୍ଜ ହୋଇ କ୍ବାରେଣ୍ଟିନରେ ରହିଛନ୍ତି। କତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.