ନୂଆଦିଲ୍ଲୀ: ଅବସର ଘୋଷଣା କଲେ ଭାରତୀୟ ତାରକା ପାରାଅଲମ୍ପିକ ଆଥଲେଟ ଦୀପା ମଲିକ । ଭାରତୀୟ ପାରା ଅଲମ୍ପିକ କମିଟି(PCI)ର ସଭାପତି ମଧ୍ୟ ରହିଛନ୍ତି ଦୀପା ।
ଜାତୀୟ କ୍ରୀଡା ନିୟମ ଅନୁଯାୟୀ କୌଣସି ସକ୍ରିୟ ଆଥଲେଟ କୌଣସି ଫେଡେରେସନର ଅଫିସିଆଲ ପଦରେ ରହିପାରିବେ ନାହିଁ । ସେଥିପାଇଁ ଏହି ନିୟମକୁ ସମ୍ମାନ ଜଣାଇ ସେ ଖୁବଶୀଘ୍ର ଅବସର ଘୋଷଣା କରିଛନ୍ତି । ତେବେ ଜଣେ କ୍ରୀଡାବିତ କେବେବି ମରିପାରେନି । 2022 ଏସିଆନ ଗେମ୍ସରେ ଯଦି ଦେଶ ତାଙ୍କୁ ଆବଶ୍ୟକ ମନେକରେ, ତେବେ ସେ ପୁଣି ଫେରିପାରିବେ ।
ଦୀପା ମଲିକଙ୍କର 15 ବର୍ଷର ଦୀର୍ଘ କ୍ରୀଡା କ୍ୟାରିୟର ରହିଛି । ସେ ପ୍ରଥମ ଭାରତୀୟ ମହିଳା ପାରାଅଲମ୍ପିକ ଆଥଲେଟ ଭାବେ ମେଡାଲ ବିଜୟୀ ହୋଇଥିଲେ । ମୋଟ 58 ଜାତୀୟ ଓ ରେକର୍ଡ 23ଟି ଅନ୍ତର୍ଜାତୀୟ ମେଡାଲ ରହିଛି ଦୀପାଙ୍କ ନାମରେ । ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ଓ ଅର୍ଜୁନ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଦୀପା ମଲିକ ।