ETV Bharat / sports

Orleans Masters: ଫାଇନାଲରେ ଭାରତୀୟ ସର୍ଟଲର ମିଥୁନ ମଞ୍ଜୁନାଥ

ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ମିଥୁନ ମଞ୍ଜୁନାଥ(Indian shuttler Mithun Manjunath) ରବିବାର ଓରଲିୟନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ(Orleans Masters badminton tournament)ରେ ଇଣ୍ଡୋନେସିଆର କ୍ରିଷ୍ଟିୟନ ଏଡିନାଟାଙ୍କୁ ସିଧାସଳଖ ମ୍ୟାଚ୍‌ରେ ହରାଇ ପ୍ରଥମ ଥର ସୁପର ୧୦୦ ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ORLEANS MASTERS SUPER 100 SHUTTLER MITHUN ENTERS FINAL
Orleans Masters: ଫାଇନାଲରେ ଭାରତୀୟ ସର୍ଟଲର ମିଥୁନ ମଞ୍ଜୁନାଥ
author img

By

Published : Apr 3, 2022, 8:29 PM IST

ଓରଲିୟନ୍ସ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ମିଥୁନ ମଞ୍ଜୁନାଥ(Indian shuttler Mithun Manjunath) ରବିବାର ଓରଲିୟନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ(Orleans Masters badminton tournament)ରେ ଇଣ୍ଡୋନେସିଆର କ୍ରିଷ୍ଟିୟନ ଏଡିନାଟାଙ୍କୁ ସିଧାସଳଖ ମ୍ୟାଚ୍‌ରେ ହରାଇ ପ୍ରଥମ ଥର ସୁପର ୧୦୦ ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମୀର ୨୩ ବର୍ଷୀୟ ମଞ୍ଜୁନାଥ, ଏଡିନାଟାଙ୍କୁ ୨୧-୧୮, ୨୧-୧୪ରେ ପରାସ୍ତ କରିଛନ୍ତି । ୪୭ ମିନିଟ୍‌ ଧରି ଏହି ମ୍ୟାଚ୍‌ ଖେଳାଯାଇଥିଲା ।

ବିଶ୍ବ ଟେନିସ ମାନ୍ୟତାର ୭୯ ନମ୍ବର ସ୍ଥାନରେ ଥିବା ମଞ୍ଜୁନାଥଙ୍କ ସାମ୍ନା ଫାଇନାଲରେ ମାନ୍ୟତାର ୩୨ତମ ସ୍ଥାନରେ ଥିବା ସ୍ଥାନୀୟ ଖେଳାଳି ଟୋମା ଜୁନିୟର ପୋପୋବଙ୍କ ସହ ହେବ । ମଞ୍ଜୁନାଥ ଚଳିତବର୍ଷ ସୟଦ ମୋଦି ଅନ୍ତର୍ଜାତୀୟ ସୁପର ୩୦୦ ସେମିଫାଇନାଲ ଓ ଓଡିଶା ସୁପର ଓପନର କ୍ବାର୍ଟର-ଫାଇନାଲରେ ପହଞ୍ଚିଥିଲେ । ଅନ୍ୟପଟେ ଅଶ୍ବିନୀ ଭଟ୍ଟ ଓ ଶିଖା ଗୌତମଙ୍କ ମହିଳା ଯୁଗଳ ଯୋଡି ସେମିଫାଇନାଲରେ ଜର୍ମାନୀ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଠାରୁ ୧୬-୨୧, ୨୧-୧୮, ୨୨-୨୪ରେ ପରାସ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.