ETV Bharat / sports

ମନା କରିଛି NRAI, ପୂର୍ବତନ ସୁଟରଙ୍କୁ ମନାଉଛନ୍ତି ସରିଫ

author img

By

Published : Jun 17, 2020, 1:56 AM IST

ବର୍ତ୍ତମାନ ସୁଟିଙ୍ଗରେ ସକ୍ରିୟ ଥିବା ଖେଳାଳିଙ୍କୁ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ଶିମନ୍ ସରିଫଙ୍କ ଅନଲାଇନ ଶୁଟିଂ ଲିଗରେ ଭାଗ ନେବାକୁ ବାରଣ କରିବା ପରେ ପୂର୍ବତନ ଖେଳାଳିଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁଛନ୍ତି ସରିଫ । ଅଧିକ ପଢ଼ନ୍ତୁ...

Online shooting league, Sharif mulls approaching former Indian shooters, ମନା କରିଛି NRAI, ପୂର୍ବତନ ସୁଟରଙ୍କୁ ମନାଉଛନ୍ତି ସରିଫ
ମନା କରିଛି NRAI, ପୂର୍ବତନ ସୁଟରଙ୍କୁ ମନାଉଛନ୍ତି ସରିଫ

ନୂଆଦିଲ୍ଲୀ: ଜୁଲାଇ 4ରୁ ଆରମ୍ଭ ହେବାକୁ ଥିବା ପ୍ରସ୍ତାବିତ ଅନଲାଇ ଶୁଟିଂ ଲିଗର ଆୟୋଜକ ଶିମନ୍ ସରିଫ, ପ୍ରଥମ କରି ଭାରତରେ ହେଉଥିବା ଏହି ପ୍ରତିଯୋଗିତାରେ ଭାଗ ନେବାକୁ ପୂର୍ବତନ ଭାରତୀୟ ସୁଟରଙ୍କୁ ନେଇ ଏକ ଦଳକୁ ସାମିଲ କରିବାର ଆଶା ରଖିଛନ୍ତି । କାରଣ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ (NRAI) ଏଥିରେ ସକ୍ରିୟ ଭାରତୀୟ ସୁଟରଙ୍କୁ ଭାଗ ନାବାକୁ ବାରଣ କରିଛି ।

ଭାରତର ପୂର୍ବତନ ସୁଟର ସରିଫ କୋଭିଡ-19 ସଙ୍କଟ ସମୟରେ ସାରା ବିଶ୍ବରେ ସୁଟରଙ୍କୁ କ୍ରୀଡା ସହ ଯୋଡ଼ି ରଖିବାରେ ସାହାଯ୍ୟ କରିବାକୁ ଏକ ମାସ ଧରି ଅନଲାଇନ ଶୁଟିଂ ଲିଗ୍ ଆୟୋଜନ କରିବାର ପ୍ରସ୍ତାବ ଦେଇଥିଲେ, ତେବେ ଏଥିରେ ଅଂଶଗ୍ରହଣ କରୁଥିବା ଯେକୌଣସି ଭାରତୀୟ ସୁଟରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି NRAI କହିଛି ।

ଗତ ଶନିବାର ଦିନ ସରିଫ ଏନଆରଆଇ ସଭାପତି ରଣିନ୍ଦର ସିଂଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଏହାର ଉତ୍ତର ମିଳିପାରି ନାହିଁ।

‘‘ବର୍ତ୍ତମାନ ପର୍ଯ୍ୟନ୍ତ NRAIରୁ କୌଣସି ଉତ୍ତର ମିଳିନାହିଁ । ଲିଗ ଯୋଜନା ଅନୁସାରେ ଚାଲିଛି ଏବଂ ଅନେକ ଅନ୍ତର୍ଜାତୀୟ ଦଳ ବିଶ୍ବର କେତେକ ଶ୍ରେଷ୍ଠ ଶୁଟରଙ୍କୁ ନେଇ ପଞ୍ଜୀକୃତ କରିଛନ୍ତି ।‘‘

ସରିଫ IANS କୁ କହିଛନ୍ତି, ‘‘ମୁଁ ତଥାପି ଆଶା କରୁଛି ଯେ NRAI ଏହାର ନିଷ୍ପତ୍ତିକୁ ବଦଳାଇବ ଏବଂ ସୁଟରମାନଙ୍କୁ ଅନଲାଇନ୍ ଲିଗରେ ଭାଗ ନେବାକୁ ଅନୁମତି ଦେବ। ଯଦି ସେମାନେ ତାହା କରନ୍ତି, ତାବେ ବେଶ୍‌ ଭଲ ହେବ ନଚେତ, ଭାରତୀୟ ଖେଳାଳିଙ୍କ ଉପସ୍ଥିତି ପାଇଁ ମୁଁ କିଛି ପୂର୍ବତନ ସୁଟରଙ୍କ ସହ ଆଲୋଚନା କରୁଛି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.