ଭୁବନେଶ୍ବର: ଫିଲିପାଇନ୍ସ ଠାରେ ଭାରତୀୟ ମହିଳା ରଗ୍ବୀ ଦଳ ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ଏସିଆ ରଗ୍ବୀ ମହିଳା ଚାମ୍ପିୟନସିପ୍ର ଡିଭିଜନ-1ରେ ସିଙ୍ଗାପୁରକୁ 21-19ରେ ହରାଇଛି ଦଳ। ଏଥିସହ 3ୟ ସ୍ଥାନରେ ରହି ଭାରତୀୟ ଦଳ ବ୍ରୋଞ୍ଚ ପଦକ ଜିତିଛି। ତେବେ ଏହି ପ୍ରତିଯୋଗିତାରେ ଓଡିଶାରୁ 7 ଜଣ ଖେଳାଳି ଭାଗ ନେଇଥିଲେ । ଅନ୍ତିମ ମିନିଟ୍ରେ ସୁମିତ୍ରା ନାୟକ ଚମତ୍କାର ପ୍ରଦର୍ଶନ ଦଳକୁ ବିଜୟ ଦେଇଥିଲା ।
ତେବେ ଆମ ଭୁବନେଶ୍ବର ପ୍ରତିନିଧି ସୁମିତ୍ରାଙ୍କୁ ଭେଟି ପ୍ରତିଯୋଗିତାର ଅନୁଭୁତି ବିଷୟରେ ପଚାରି ବୁଝିଥିଲେ । ଇଟିଭି ଭାରତକୁ ସାକ୍ଷାତକାର ଦେଇ ସେ କହିଛନ୍ତି, "ରଗ୍ବୀ ଖେଳକୁ ଆହୁରି ସରକାରୀ ପ୍ରୋତ୍ସାଦନ ଆବଶ୍ୟକ ରହିଛି । ଆମେ ଶିକ୍ଷାନୁଷ୍ଠାନ ଯେତିକି ଆମକୁ ସାହଯ୍ୟ କରିଛି, ସେତିକି ସରାକାରୀ ପ୍ରୋତ୍ସାହନ ମିଳିଲେ ଆମେ ଆହୁରି ଆଗକୁ ବଢି ପାରିବୁ। "
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ