କଟକ: ଆରମ୍ଭ ହୋଇଯାଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । ତେବେ ଏଥିରେ ଭାରତ ସମେତ ସମୁଦାୟ 12 ଟିମ ଭାଗ ନେଇଛନ୍ତି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ତେବେ ଏହି ଅବସରରେ ଆମ ପ୍ରତିନିଧି ନାଇଜେରିଆ ମୁଖ୍ୟ କୋଚ୍ ନାସିରୁ ବିଲୋଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ।
ବିଲୋଙ୍କ କହିବା ଅନୁଯାୟୀ, ପ୍ରତିଯୋଗିତାରେ ସମସ୍ତ ଦଳ ଶକ୍ତିଶାଳୀ । କୌଣସି ଦଳ କୌଣସି ଦଳକୁ ମାତ୍ ଦେବାର କ୍ଷମତା ରଖିଛି । ତେବେ ଆମେ ଆମର ପ୍ରସ୍ତୁତି ଜୋରଦାର କରିଛୁ । ଆମେ ପ୍ରଦର୍ଶନ ଭଲ ରହିବ ବୋଲି ଆଶା ରହିଛି ବୋଲି କହିଛନ୍ତି କୋଚ୍ ବିଲୋ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ