କଟକ: ନିକଟରେ ଇଟାଲୀରେ ଶେଷ ହୋଇଥିବା ୟୁରୋପିଆନ୍ ମାଷ୍ଟର ଗେମ୍ସର ଡିସ୍କସ୍ ଥ୍ରୋ ଓ ସଟଫୁଟ ଥ୍ରୋରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି ଓଡିଆ ଝିଅ ପାର୍ବତୀ ସେଠୀ । ତେବେ ରୌପ୍ୟ ଜିତିଲା ପରେ ଆମ କଟକ ପ୍ରତିନିଧି ତାଙ୍କ ସହ ପ୍ରତିଯୋଗିତାର ଅନୁଭୁତି ବିଷୟରେ ପଚାରି ବୁଝିଛନ୍ତି ।
ପାର୍ବତୀ ଏବେ ପୂର୍ବତଟ ରେଳବାଇରେ ଟିଟିଆଇ ଭାବେ କାର୍ଯ୍ୟରତ । ତାଙ୍କ ଏହି ସଫଳତାରେ ତାଙ୍କ ସ୍ବାମୀଙ୍କ ଭରପୁର ସହଯୋଗ ରହିଛି ବୋଲି ସେ କହନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ