ETV Bharat / sports

ଲଭଲିନା IBA କମିଟି ଆଥଲେଟ୍ସ ଅଧ୍ୟକ୍ଷା

author img

By

Published : May 27, 2022, 9:01 AM IST

ଟୋକିଓ ଅଲମ୍ପିକରେ ଭାରତକୁ ବ୍ରୋଞ୍ଜ ପଦକ ଦେଇଥିବା ଷ୍ଟାର ବକ୍ସର ଲଭଲିନା ବୋର୍ଗହେନଙ୍କୁ ନୂଆ ଦାୟିତ୍ବ । ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନର (IBA) ଆଥଲେଟ୍ସ କମିଟି ନିର୍ଦ୍ଦେଶିକା ମଣ୍ଡଳୀର ଅଧକ୍ଷା ଏବଂ ଭୋଟ ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ଲଭଲିନା IBA କମିଟି ଆଥଲେଟ୍ସ ଅଧକ୍ଷା
ଲଭଲିନା IBA କମିଟି ଆଥଲେଟ୍ସ ଅଧକ୍ଷା

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତକୁ ବ୍ରୋଞ୍ଜ ପଦକ ଦେଇଥିବା ଷ୍ଟାର ବକ୍ସର ଲଭଲିନା ବୋର୍ଗହେନଙ୍କୁ ନୂଆ ଦାୟିତ୍ବ । ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନର (IBA) ଆଥଲେଟ୍ସ କମିଟି ନିର୍ଦ୍ଦେଶିକା ମଣ୍ଡଳୀର ଅଧକ୍ଷା ଏବଂ ଭୋଟ ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ବିଶ୍ବ ମହିଳା ଚମ୍ପିଆନସିପରେ ଅନୁଷ୍ଠିତ ଆଇବିଏ ଭୋଟରେ ଲଭଲିନାଙ୍କୁ ସର୍ବାଧିକ ଭୋଟ ମିଳିଥିଲା ।

ନୂଆ ଦାୟିତ୍ବ ମିଳିବା ପରେ ଲଭଲିନା କହିଛନ୍ତି, ‘ଆଇବିଏ ଆଥଲେଟ୍ସ କମିଟି ଅଧକ୍ଷା ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ଗର୍ବିତ । ମୁଁ ଜଣେ ସଦସ୍ୟା ହେବି ବୋଲି ଆଶା କରିଥିଲେ ହେବେ ଅଧକ୍ଷା ହେବି ବୋଲି କେବେ ଭାବି ନଥିଲି । ଭାରତୀୟ ବକ୍ସିଂ ଏବଂ ବିଶେଷ କରି ମହିଳା ବକ୍ସିଂ ଓ ବିଶ୍ବର ଅନ୍ୟ ବକ୍ସରଙ୍କୁ ଆଗକୁ ନେବାକୁ କାମ କରିବି । ଖାସ କରି ବିଶ୍ବରେ ବକ୍ସିଂ ପ୍ରଚାର ପ୍ରସାର ଦିଗକୁ ଅଧିକ ଗୁରୁତ୍ବ ଦେବି’ ବୋଲି କହିଛନ୍ତି ଲଭଲିନା । ଅନ୍ୟ ଭାରତୀୟ ବକ୍ସର ଶିବା ଥାପ୍ପା ଆଇବିଏ ଆଥଲେଟ୍ସ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । 2021 ପୁରୁଷ ବକ୍ସିଂ ଚମ୍ପିଆନସିପରେ ଅଂଶଗ୍ରହଣ କରିଥିବା ବକ୍ସରମାନେ ଉଭୟ ଥାପ୍ପା ଏବଂ ଲଭଲିନାଙ୍କୁ ଭୋଟ ଦେଇ ମନୋନୀତ କରିଛନ୍ତି ।

ପ୍ରକାଶ ଥାଉ କି, ଆସାମର ଝିଅ ଲଭଲିନା ମହିଳା ବକ୍ସିଂ ପ୍ରତିଯୋଗିତାରେ ଭାରତକୁ ବ୍ରୋଞ୍ଜ ପଦକ ଦେଇଥିଲେ । ୬୯ କିଲୋଗ୍ରାମ ମହିଳା ବକ୍ସିଂ ସେମିଫାଇନାଲରେ ବ୍ରୋଞ୍ଜ ବିଜୟୀନି ହୋଇଥିଲେ ଲଭଲିନା । ୨୩ ବର୍ଷୀୟା ଲଭଲିନା ତୃତୀୟ ଭାରତୀୟ ବକ୍ସର ଭାବେ ବିଜେନ୍ଦର ସିଂହ(୨୦୦୮), ଏମସି ମେରୀକମ(୨୦୧୨)ଙ୍କ ପରେ ଭାରତ ପାଇଁ ଅଲମ୍ପିକ ପଦକ ଜିତିଥିଲେ । ବିଶ୍ବ ଚମ୍ପିଆନସିପରେ 2ଟି ବ୍ରୋଞ୍ଜ ଓ ଏସିଆ ଚମ୍ପିଆନସିପରେ 2ଟି ବ୍ରୋଞ୍ଜ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.