ETV Bharat / sports

ଟୋକିଓ ଟିକେଟ ହାତେଇଲେ 4 ଟେବୁଲ ଟେନିସ ଖେଳାଳି - ମନିକା ବାତ୍ରା

ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଭେଟେରାନ ଟେବୁଲ ଟେନିସ ଖେଳାଳି ସରତ କମଲ, ଜି. ସାଥିୟାନ, ସୁତୀର୍ଥ ମୁଖାର୍ଜୀ ଓ ମନିକା ବାତ୍ରା । ଅଧିକ ପଢନ୍ତୁ...

Olympics: Kamal, Sathiyan, Manika, Sutirtha book their tickets to Tokyo
ଟୋକିଓ ଟିକେଟ ହାତେଇଲେ 4 ଟେବୁଲ ଟେନିସ ଖେଳାଳି
author img

By

Published : Mar 19, 2021, 4:04 PM IST

ଦୋହା: ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଭେଟେରାନ ଟେବୁଲ ଟେନିସ ଖେଳାଳି ସରତ କମଲ, ଜି. ସାଥିୟାନ, ସୁତୀର୍ଥ ମୁଖାର୍ଜୀ ଓ ମନିକା ବାତ୍ରା । ଚଳିତ ବର୍ଷ ଜୁଲାଇ 23ରୁ ବିଶ୍ବକ୍ରୀଡାର ଏହି ମେଗା ଇଭେଣ୍ଟ ଖେଳାଯିବ । ଏସିଆନ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ସାଉଥ ଏସିଆ ଗ୍ରୁପର ଶୀର୍ଷରେ ରହି ଟୋକିଓ ଟିକେଟ ହାତେଇଛନ୍ତି ସାଥିୟାନ ।

ସେହିପରି କମଲ, 5ଟି ଗ୍ରୁପ ମଧ୍ୟରେ ଶୀର୍ଷ ମାନ୍ୟତାର ଦ୍ବିତୀୟ ଖେଳାଳି ଭାବେ ଗୁରୁବାର ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ଟୋକିଓ 2020 କମଲଙ୍କ ପାଇଁ 4ର୍ଥ ମେଗା ଇଭେଣ୍ଟ ହେବାକୁ ଯାଉଥିବାବେଳେ, ସାଥିୟାନ, ମନିକା ଓ ସୁତୀର୍ଥଙ୍କ ପାଇଁ ଏକ ପ୍ରଥମ ଅଲମ୍ପିକ ପ୍ରବେଶ ।

ପୂର୍ବରୁ ଟୋକିଓ ଅଲମ୍ପିକ୍ସ ଗତବର୍ଷ ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଆୟୋଜନ ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ କାରଣରୁ ଏହା ସ୍ଥଗିତ ହେବାସହ ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଖେଳାଯିବା ନେଇ ପୁନଃସ୍ଥିର ହୋଇଛି । ଟେବୁଲ ଟେନିସ ଇଭେଣ୍ଟ ଜୁଲାଇ 24ରୁ ଅଗଷ୍ଟ 6 ପର୍ଯ୍ୟନ୍ତ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.