ETV Bharat / sports

ସିମରନଜିତ କୌର କୋରୋନା ଆକ୍ରାନ୍ତ, ଅଲମ୍ପିକ୍ସ ବକ୍ସିଂ ତାଲିମ ସ୍ଥଗିତ

author img

By

Published : Apr 20, 2021, 4:02 PM IST

ସ୍ଥଗିତ ହେଲା ଅଲମ୍ପିକ୍ସ ପାଇଁ ମହିଳା ବକ୍ସରଙ୍କ ବକ୍ସିଂ ତାଲିମ । ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ସିମରନଜିତ କୌର କୋରୋନା ସଂକ୍ରମିତ ହେବା ପରେ ବକ୍ସିଂ ତାଲିମକୁ ସ୍ଥଗିତ ରଖାଯାଇଛି । ଅଧିକ ପଢ଼ନ୍ତୁ...

ସିମରନଜିତ କୌର କୋରୋନା ଆକ୍ରାନ୍ତ, ଅଲମ୍ପିକ୍ସ ବକ୍ସିଂ ତାଲିମ ସ୍ଥଗିତ
ସିମରନଜିତ କୌର କୋରୋନା ଆକ୍ରାନ୍ତ, ଅଲମ୍ପିକ୍ସ ବକ୍ସିଂ ତାଲିମ ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ହେଲା ଅଲମ୍ପିକ୍ସ ପାଇଁ ମହିଳା ବକ୍ସରଙ୍କ ବକ୍ସିଂ ତାଲିମ । ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ସିମରନଜିତ କୌର କୋରୋନା ସଂକ୍ରମିତ ହେବା ପରେ ବକ୍ସିଂ ତାଲିମକୁ ସ୍ଥଗିତ ରଖାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ମହିଳା ବକ୍ସର ମାନଙ୍କ ମଧ୍ୟରେ ସିମରନଜିତ ପ୍ରଥମ ଖେଳାଳି ଭାବରେ କୋରୋନା ସଂକ୍ରମିତ ହୋଇଛନ୍ତି । 2020 ମାର୍ଚ୍ଚ ମାସରେ ଏସିଆନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ସେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ସିମରନଜିତ କୌରଙ୍କ ସହ ପୂଜାରାଣୀ ଓ ଲବ୍ଲିନାନ୍ଦ ଗୋହେନଙ୍କୁ ଜବାହରଲାଲ ନେହୁରୁ ଷ୍ଟାଡିୟମକୁ ପଠାଇ ଦିଆଯାଇଥିଲା । ଏହାପୂର୍ବରୁ ଭାରତୀୟ ମହିଳା ବକ୍ସିଂ ଦଳର ନିର୍ଦ୍ଦେଶକ ରାଫାଲେ ବରଗାମାସ୍କୋ ଓ ମୁଖ୍ୟ କୋଚ ମହମ୍ମଦ ଅଲୀ କମାର କୋରୋନା ସଂକ୍ରମିତ ହୋଇଥିଲେ । ସେମାନଙ୍କ ସହ 21 ଜଣ ମହିଳା ବକ୍ସର ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ । ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ତାଲିମ ବେଳେ ଏହି ଖେଳାଳି ଓ ସପୋର୍ଟ ଷ୍ଟାଫ କୋରୋନା ସଂକ୍ରମିତ ହୋଇଥିଲେ ।

ବର୍ତ୍ତମାନ କିଛି ଦିନ ପାଇଁ ଅଲମ୍ପିକ୍ସ ବକ୍ସିଂ ତାଲିମ ସ୍ଥଗିତ ରହିବ । ଲବ୍ଲିନାନ୍ଦ ଓ ପୂଜାଙ୍କ କୋରନା ରିପୋର୍ଟ ନେଗେଟିଭି ଆସିବା ପରେ ସେମାନଙ୍କୁ ଘରକୁ ଫେରି ଯିବାକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.