ETV Bharat / sports

Olympics: ଉଦ୍‌ଘାଟନୀ ସମାରୋହରେ ସାମିଲ ହେବେ 28 ଭାରତୀୟ ଆଥଲେଟ୍‌

author img

By

Published : Jul 22, 2021, 5:29 PM IST

ମହାମାରୀ COVID-19ର ଭୟ ଯୋଗୁଁ ଅଲମ୍ପିକ ଆୟୋଜକ କମିଟି, ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ଥିବା ସମସ୍ତ ଦେଶର ଆଥଲେଟଙ୍କ ସଂଖ୍ୟାକୁ ସୀମିତ କରିଛନ୍ତି । ଅଧିକ ପଢନ୍ତୁ...

Olympics: 28 Indian athletes to participate in opening ceremony
ଅଲମ୍ପିକ୍‌: ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ 28 ଭାରତୀୟ ଆଥଲେଟ୍‌

ଟୋକିଓ: ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍‌ । ଆସନ୍ତାକାଲି (ଶୁକ୍ରବାର) ଟୋକିଓ ଅଲମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ । ତେବେ ମହାମାରୀ COVID-19ର ଭୟ ଯୋଗୁଁ ଆୟୋଜକ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ଥିବା ସମସ୍ତ ଦେଶର ଆଥଲେଟଙ୍କ ସଂଖ୍ୟାକୁ ସୀମିତ କରିଛନ୍ତି ।

ଫଳରେ ଭାରତୀୟ ଅଲମ୍ପିକ ଟିମରୁ ମାତ୍ର ୨୮ ଜଣ ସଦସ୍ୟ ଉଦ୍‌ଘାଟନୀ ସମାରୋହରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ଏଥିରେ ୨୨ଜଣ ଖେଳାଳି ଓ ୬ଜଣ ଅଧିକାରୀ ରହିଛନ୍ତି ।

ଭାରତୀୟ ଟିମରେ ସାମିଲ ହେବାକୁ ଥିବା ତାଲିକା ଅନୁଯାୟୀ, ହକିକୁ ମାତ୍ର ଜଣେ ଖେଳାଳି ରହିବେ । ପୁରୁଷ ହକି ଦଳର କ୍ୟାପଟେନ ମନପ୍ରୀତ ସିଂହ ବକ୍ସର ମେରୀ କମ୍‌ଙ୍କ ସହିତ ଭାରତର ଧ୍ବଜା ବାହକ ରହିଛନ୍ତି ।

ଉଦ୍‌ଘାଟନୀ ସମାରୋହରେ ବକ୍ସିଂ ଟିମରୁ ସର୍ବାଧିକ ୮ଜଣ ସଦସ୍ୟ ଓ ଟେବୁଲ ଟେନିସରୁ ୪ ଜଣ ଓ ରୋଇଂରୁ ଦୁଇଜଣ ସଦସ୍ୟ ରହିଛନ୍ତି । ସେହିପରି ଜିମ୍ନାଷ୍ଟିକ୍ସ, ସୁଇମିଂ ଓ ଫେନ୍ସିଂରୁ ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି ।

ସମାନ ଦିନ ଓ ପରଦିନ ସେମାନଙ୍କର ଇଭେଣ୍ଟ ରହିଥିବାରୁ, ତୀରନ୍ଦାଜ ଖେଳାଳି, ଜୁଡୋ, ବ୍ୟାଡ୍‌ମିଣ୍ଟନ, ଭାରୋତ୍ତଳନ, ଟେନିସ, ସୁଟିଂ ଓ ହକି ଖେଳାଳି ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ ।

ଜାପାନିଜ ବର୍ଣ୍ଣମାଳା କ୍ରମ ଅନୁଯାୟୀ ଅଲମ୍ପିକ ଅଂଶଗ୍ରହଣକାରୀ ଦେଶ ମାର୍ଚ୍ଚ (march-past)କରିବେ । ଭାରତର ନମ୍ବର march-past ତାଲିକାର ୨୧ତମ ସ୍ଥାନରେ ଥିବା ଅଲମ୍ପିକ ଆୟୋଜକ କମିଟି ସ୍ପଷ୍ଟ କରିଛି ।

ଶୁକ୍ରବାର ଅଲମ୍ପିକ ଷ୍ଟାଡିୟମରେ ଟୋକିଓ ଅଲମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ ।

ଅନ୍ୟପଟେ ଅଗଷ୍ଟ ୮ରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବାକୁ ଥିବା ଷ୍ଟାଡିୟମରେ ପ୍ରମୁଖ ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟ ସହିତ ମହିଳା ଫୁଟବଲ ସ୍ବର୍ଣ୍ଣ ପଦକ ମ୍ୟାଚ ମଧ୍ୟ ଖେଳାଯିବା ନେଇ ସୂଚୀ ରହିଛି ।

ଅନ୍ୟ ଦେଶ ଗୁଡିକ ମଧ୍ୟ ଉଦ୍‌ଘାଟନୀ ସମାରୋହକୁ ସୀମିତ ସଂଖ୍ୟକ ଆଥଲେଟ୍‌ ପଠାଇବାକୁ ସ୍ଥିର କରିଛନ୍ତି । ଅଷ୍ଟ୍ରେଲିଆ ୫୦ଜଣିଆ ଟିମ ପଠାଇବାକୁ ସ୍ପଷ୍ଟ କରିଥିବାବେଳେ, ବ୍ରିଟେନର ୩୦ ସଦସ୍ୟ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.