ETV Bharat / sports

ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପ: ସଟ୍‌ପୁଟରେ ତାଜିନ୍ଦରପାଲଙ୍କୁ ସ୍ୱର୍ଣ୍ଣ - ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ

ଅଲମ୍ପିକ ଯୋଗ୍ୟ ତାଜିନ୍ଦରପାଲ ସିଂହ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4 ପରେ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପରେ ମଧ୍ୟ ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ...

Olympic-bound Toor wins gold, sets record in Inter-State Athletics
ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପ: ସଟ୍‌ପୁଟରେ ତାଜିନ୍ଦରପାଲଙ୍କୁ ସ୍ୱର୍ଣ୍ଣ
author img

By

Published : Jun 28, 2021, 10:51 PM IST

ପଟିଆଲା: ଅଲମ୍ପିକ ଯୋଗ୍ୟ ତାଜିନ୍ଦରପାଲ ସିଂହ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4 ପରେ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପରେ ମଧ୍ୟ ରେକର୍ଡ କରିଛନ୍ତି । ପୁରୁଷ ସଟପୁଟ ଇଭେଣ୍ଟରେ 21.10 ମିଟର ଫିଙ୍ଗି ସୋମବାର ରେକର୍ଡ କରିଛନ୍ତି ତାଜିନ୍ଦରପାଲ ।

ଟୋକିଓ ଅଲମ୍ପିକ୍ସକୁ ଆଉ ଗୋଟିଏ ମାସ୍‌ରୁ କମ ସମୟ ବାକି ଥିବାବେଳେ, ପଞ୍ଜାବ ଥ୍ରୋଅର ନିଜର ସ୍ଥିର ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ସୋମବାର ସେ ଫିଙ୍ଗିଥିବା 5ଟି ଥ୍ରୋରେ 20 ମିଟର ମାର୍କ ପାର୍‌ କରିଥିଲେ ।

ତୁରଙ୍କ ଦ୍ବିତୀୟ ଥ୍ରୋ 20.63 ମିଟର ଥିଲା ଯାହାକି ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପ ରେକର୍ଡ 20.44 ମିଟର ଠାରୁ ଅଧିକ ଥିଲା । ପରବର୍ତ୍ତୀ ଥ୍ରୋରେ 20.96 ମିଟର ଓ ଚତୁର୍ଥ ଥ୍ରୋ 21.10 ମିଟର ଥିଲା ।

ଅନ୍ୟପଟେ ମହିଳା ଜାଭେଲିନ ଥ୍ରୋ ରେ ଅନୁ ରାନୀ 62.83 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ମାତ୍ର ପୂର୍ବରୁ ଅଲମ୍ପିକ ଟିକେଟରୁ ବଞ୍ଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.