ETV Bharat / sports

ଭାରତୀୟ ସୁଟିଂ ଟିମକୁ କ୍ରୋଏସିଆରେ କୋରୋନା ଟିକା

author img

By

Published : Jun 10, 2021, 10:54 PM IST

ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ସୁଟିଂ ସ୍କ୍ବାଡ କ୍ରୋଏସିଆରେ କୋଭିଡ-19 ଟିକା ନେଇଛନ୍ତି । ଅଧିକ ପଢନ୍ତୁ...

Oly-bound Indian shooters vaccinated against COVID-19 in Zagreb
ଭାରତୀୟ ସୁଟିଂ ଟିମକୁ କ୍ରୋଏସିଆରେ କୋରୋନା ଟିକା

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ସୁଟିଂ ସ୍କ୍ବାଡ କ୍ରୋଏସିଆରେ କୋଭିଡ-19 ଟିକା ନେଇଛନ୍ତି । ନ୍ୟାସନାଲ ରାଇଫଲ ଆସୋସିଏସନ(NRAI) ସେଥିପାଇଁ କ୍ରୋଏସିଆର ରାଜଧାନୀ ଜଗ୍ରେବରେ ଥିବା ଭାରତୀୟ ଦୂତାବାସ ଓ କ୍ରୋଏସିଆନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଇଛି । ବିଶେଷ କରି ପିସ୍ତଲ ଓ ରାଇଫଲ ଟିମର ସଦସ୍ୟ ଟିକା ନେଇଥିବା ଜଣାପଡିଛି ।

ଆଥଲେଟ, କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ 25 ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ 18ଜଣ ଦ୍ବିତୀୟ ଡୋଜ ଟିକା ନେଇଥିବାବେଳେ, 5 ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି ।

ଅନ୍ୟପଟେ ଇଟାଲିରେ ପ୍ରସ୍ତୁତି ଚଳାଇଥିବା ଦୁଇ ସ୍କିଟ ସୁଟର ମାଇରାଜ ଖାନ ଓ ଅଙ୍ଗଦ ବଜୱାଙ୍କୁ ଟିକା ଦେବାକୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଓ NRAI ରୋମ୍‌ରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିଛନ୍ତି ।

କ୍ରୋଏସିଆରେ ଥିବା ଭାରତୀୟ ସୁଟିଂ ଟିମ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ(ISSF) ବିଶ୍ବକପ ରାଇଫଲ/ପିସ୍ତଲ/ସଟଗନ/ର ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜୁନ 20, 2021ରୁ କ୍ରୋଏସିଆର ଓସଜେକ ଠାରେ ଏହି ପ୍ରତିଯୋଗିତା ଆରମ୍ଭ ହେବ । ପରେ ଟିମ ସିଧାସଳଖ ଟୋକିଓ ଗସ୍ତ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.