ETV Bharat / sports

ଆସନ୍ତା ୧୯ରୁ ଭୁବନେଶ୍ବରରେ ଭାରୋତ୍ତୋଳନ ନ୍ୟାସନାଲ ଚାମ୍ପିୟନସିପ୍

author img

By

Published : Mar 11, 2022, 9:34 PM IST

IWLF ଜାତୀୟ ଭାରୋତ୍ତୋଳନ ଚାମ୍ପିୟନସିପ୍‌(National Weightlifting Championships) ୨୦୨୧-୨୨ ଆୟୋଜନ କରିବାକୁ ଯାଉଛି ଓଡିଶା । ରାଜଧାନୀ ଭୁବନେଶ୍ବରରେ ମାର୍ଚ୍ଚ ୧୯ରୁ ଏହି ସମ୍ମାନଜନକ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

Odisha to host IWLF National Weightlifting Championships from March 19
ମାର୍ଚ୍ଚ ୧୯ରୁ ଭୁବନେଶ୍ବରରେ ଭାରୋତ୍ତୋଳନ ନ୍ୟାସନାଲ ଚାମ୍ପିୟନସିପ୍‌

ଭୁବନେଶ୍ବର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନରେ ଆଉ ଏକ ମାଇଲଷ୍ଟୋନ ହାସଲ କରିବାକୁ ଯାଉଛି ଓଡିଶା । IWLF ଜାତୀୟ ଭାରୋତ୍ତୋଳନ ଚାମ୍ପିୟନସିପ୍‌(National Weightlifting Championships) ୨୦୨୧-୨୨ ଆୟୋଜନ କରିବାକୁ ଯାଉଛି ଓଡିଶା । ରାଜଧାନୀ ଭୁବନେଶ୍ବରରେ ମାର୍ଚ୍ଚ ୧୯ରୁ ଏହି ସମ୍ମାନଜନକ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ଉଭୟ ପୁରୁଷ ଓ ମହିଳା ଜୁନିୟର ଓ ସିନିୟର ବର୍ଗରେ ଏହି ଜାତୀୟ ଚାମ୍ପିୟନସିପ ଅନୁଷ୍ଠିତ ହେବ । ଏନେଇ ଶୁକ୍ରବାର ଅଧିକାରୀଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ।

ଏହି ସମ୍ମାନଜନକ ଜାତୀୟ ଚାମ୍ପିୟନସିପ ଇଭେଣ୍ଟରେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୧୩୦୦ରୁ ଅଧିକ ଆଥଲେଟ୍‌ସ, ସପୋର୍ଟ ଷ୍ଟାଫ୍‌ ଓ ଟେକ୍ନିକାଲ ଅଧିକାରୀ ଅଂଶଗ୍ରହଣ କରିବେ । ୧୦ଟି ଭିନ୍ନ ଓଜନ ବର୍ଗରେ ୟୁଥ୍‌(ବାଳକ ଓ ବାଳିକା), ଜୁନିୟର ଓ ସିନିୟରଙ୍କ(ପୁରୁଷ ଓ ମହିଳା) ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଚାମ୍ପିୟନସିପ୍‌ ପରିଚାଳନା ଦାୟିତ୍ବରେ ୫୮ ଜଣ ଅଧିକାରୀ(୪୫ଜଣ ପୁରୁଷ ଓ ୧୩ଜଣ ମହିଳା) ରହିବେ ବୋଲି କ୍ରୀଡା ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଇଭେଣ୍ଟ ବିଜୁ ପଟ୍ଟନାୟକ ଇନଡୋର୍‌ ଷ୍ଟାଡିୟମ ଓ KIIT ୟୁନିଭରସିଟିରେ COVID-19 କଟକଣାରେ ଅନୁଷ୍ଠିତ ହେବ । ଚାମ୍ପିୟନସିପ ଆୟୋଜନ ନେଇ ଓଡିଶା କ୍ରୀଡା ସଚିବ ଭିନୀଲ କ୍ରୀଷ୍ଣା କହିଛନ୍ତି, ଓଡିଶା ଅତୀତରେ ଅନେକ ଅନ୍ତର୍ଜାତୀୟ ଓ ଜାତୀୟ ଇଭେଣ୍ଟ ସଫଳ ଆୟୋଜନ କରିଛି । ଦେଶର ବିଭିନ୍ନ ବର୍ଗର ପ୍ରତିଭାବାନ ଭାରୋତ୍ତୋଳନ ଆଥଲେଟ୍‌ସଙ୍କୁ ଦେଖିବାକୁ ମିଳିବାକୁ ଯାଉଥିବାରୁ, ଭୁବନେଶ୍ବରରେ ଏହି ଭାରୋତ୍ତୋଳନ ଚାମ୍ପିୟନସିପ ଆୟୋଜନ କରିବା ନେଇ ଉତ୍ସାହିତ ।

ଭାରତୀୟ ଭାରୋତ୍ତୋଳନ ମହାସଂଘ(IWLF) ଓଡିଶା ଭାରତୀୟ ସଂଘ ସହଭାଗିତାରେ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଆୟୋଜନ କରିବ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.