ହାଇଦ୍ରାବାଦ: ଅନ୍ତର୍ଜାତୀୟ ଆଥଲେଟ ତଥା ଓଡିଆ ଝିଅ ଅନୁରାଧା ବିଶ୍ବାଳଙ୍କୁ ନୂଆ ଦାୟିତ୍ବ । ଖେଲୋ ଇଣ୍ଡିଆ ପୂର୍ବାଞ୍ଚଳ ପ୍ରତିଭା ଅନ୍ବେଷଣ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଅନୁରାଧା । ଏନେଇ ଟ୍ବିଟ ଯୋଗେ ଅନୁରାଧାଙ୍କୁ ଶୁଭେଚ୍ଛା ଜଣାଇଛି ଓଡିଶା ସ୍ପୋର୍ଟ୍ସ ।
ଓଡିଶାର ପ୍ରଥମ ଝିଅ ଭାବେ ଆଥଲେଟିକ୍ସରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ ଅନୁରାଧା । ଏଥିସହ ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ରହିଛନ୍ତି ।
-
Congratulations to #Odisha Olympian Anuradha Biswal on being nominated as a member of the @kheloindia East Zone Talent Identification Committee.#OdishaForSports pic.twitter.com/muVGJR8QeO
— Odisha Sports (@sports_odisha) January 9, 2021 " class="align-text-top noRightClick twitterSection" data="
">Congratulations to #Odisha Olympian Anuradha Biswal on being nominated as a member of the @kheloindia East Zone Talent Identification Committee.#OdishaForSports pic.twitter.com/muVGJR8QeO
— Odisha Sports (@sports_odisha) January 9, 2021Congratulations to #Odisha Olympian Anuradha Biswal on being nominated as a member of the @kheloindia East Zone Talent Identification Committee.#OdishaForSports pic.twitter.com/muVGJR8QeO
— Odisha Sports (@sports_odisha) January 9, 2021
ଏକାଧିକବାର ଓଡିଶା ଝିଅ ଅନୁରାଧା ରାଜ୍ୟ ତଥା ଦେଶକୁ ଗର୍ବିତ କରାଇଛନ୍ତି । ତାଙ୍କ ନାମରେ 7ଥର ଜାତୀୟ ରେକର୍ଡ ଓ ଗୋଟିଏ ଥର ଜାତୀୟ ଗେମ୍ସ ରେକର୍ଡ ମଧ୍ୟ ରହିଛି ।
ନିଜର ଆଥଲେଟିକ୍ସ କ୍ୟାରିୟରରେ ମୋଟ 84 ସ୍ବର୍ଣ୍ଣ, 52ଟି ରୌପ୍ୟ ଓ 40 ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଏଥିସହ 2002 ସିଡନୀ ଅଲମ୍ପିକ୍ସ, 2006 ଏସିଆନ ଗେମ୍ସ, 2010 ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ