ETV Bharat / sports

ଭାରତୀୟ ସୁଟରମାନଙ୍କୁ ସରିଫଙ୍କ ଅନଲାଇନ୍ ଲିଗ ମନା

author img

By

Published : Jun 13, 2020, 1:47 AM IST

ପୂର୍ବତନ ଭାରତୀୟ ସୁଟର ଶିମୋନ ସରିଫଙ୍କ ଅନଲାଇନ ସୁଟିଂରେ ଭାଗ ନେବା ପାଇଁ ଭାରତୀୟ ସୁଟରଙ୍କୁ ବାରଣ କଲା NRAI । ଅଧିକ ପଢ଼ନ୍ତୁ...

NRAI bars Indian shooters,  participating in Sharif's online league, ଭାରତୀୟ ସୁଟରମାନଙ୍କୁ ସରିଫଙ୍କ ଅନଲାଇନ୍ ଲିଗ ମନା, ନ୍ୟାସନାଲ ରାଇଫଲ୍ସ ଆସୋସିଏସନ ଅଫ୍ ଇଣ୍ଡିଆ, ପୂର୍ବତନ ଭାରତୀୟ ସୁଟର ଶିମୋନ ସରିଫ
ଭାରତୀୟ ସୁଟରମାନଙ୍କୁ ସରିଫଙ୍କ ଅନଲାଇନ୍ ଲିଗ ମନା

ନୂଆଦିଲ୍ଲୀ: ନ୍ୟାସନାଲ ରାଇଫଲ୍ସ ଆସୋସିଏସନ ଅଫ୍ ଇଣ୍ଡିଆ (NRAI) ଶୁକ୍ରବାର ଭାରତୀୟ ସୁଟରମାନଙ୍କୁ ଜୁଲାଇ 4ରୁ ଆରମ୍ଭ ହେବାକୁ ଥିବା ଏକ ଅନଲାଇନ ସୁଟିଂ ଲିଗରେ ଅଂଶଗ୍ରହଣ କରିବାକୁ ବାରଣ କରିଛି।

NRAI ଅନୁମୋଦନ ବିନା ଏକ ଅନଧିକୃତ ‘‘ଅନଲାଇନ୍ ଲିଗ’’ ପ୍ରତିଯୋଗିତା ଆୟୋଜନ କରାଯାଉଥିବା ଆମ ନଜରକୁ ଆସିଛି ବୋଲି NRAI ଏହାର ସୁଟରମାନଙ୍କୁ ନିଜ ୱେବସାଇଟରେ ପୋଷ୍ଟ କରିଥିବା ନୋଟିସରେ କହିଛି।

NRAI ଦ୍ବାରା ଅନୁମୋଦିତ ହୋଇ ନଥିବା କୌଣସି ଲିଗ ମ୍ୟାଚରେ ଅଂଶଗ୍ରହଣ ନକରିବାକୁ ସୁଟରମାନଙ୍କୁ ପରାମର୍ଶ ଦିଆଯାଇଛି । ଏହିପରି ପ୍ରତିଯୋଗିତାରେ ଭାଗ ନେଉଥିବା ସୁଟରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କୁହାଯାଇଛି ।

ପୂର୍ବତନ ଭାରତୀୟ ସୁଟର ଶିମୋନ ସରିଫଙ୍କ ଗୋଟିଏ ମାସ ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରୁଥିବା ଜଣା ପଡିଛି । ଏଥିରେ ଉଭୟ ରାଇଫଲ ଏବଂ ପିସ୍ତଲ ସୁଟରରୁ ଗଠିତ ଆଠଟି ଦଳ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ସରିଫ ପୂର୍ବରୁ ଲକଡାଉନ ସମୟରେ ତିନୋଟି ଅନ୍ତର୍ଜାତୀୟ ଅନଲାଇନ ସୁଟିଂ ପ୍ରତିଯୋଗିତା କରିଥିଲେ ଏବଂ ମନୁ ଭାକର, ସଞ୍ଜୀବ ରାଜପୁତ, ଯଶସ୍ବିନୀ ଦେଶୱାଲ ଏବଂ ଶାହଜାର ରିଜଭି ଭଳି ଭାରତୀୟ ସୁଟରଙ୍କ ସହ ଭେରୋନିକା ମେଜର ଏବଂ ମାର୍ଟିନ ଷ୍ଟ୍ରେମ୍ପଫ୍ଲ ଭଳି ଅନ୍ତର୍ଜାତୀୟ ତାରକା ଏଥିରେ ଅଂଶଗ୍ରହଣ କରିଥିଲେ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.