ETV Bharat / sports

କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା - କୁସ୍ତି ଯୋଦ୍ଧା ସୁଶୀଲ କୁମାର

ଅଲମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜାରି କରିଛି ଜାମିନ ବିହୀନ ଗିରଫ ପରୱାନା । ଦିଲ୍ଲୀ କୋର୍ଟ 23 ବର୍ଷୀୟ ଜାତୀୟ ଜୁନିୟର ଚାମ୍ପିଆନ କୁସ୍ତି ଯୋଦ୍ଧା ସାଗର ରାଣା ମୃତ୍ୟୁ ମାମଲାରେ ଜାରି କରିଛି । ଅଧିକ ପଢନ୍ତୁ...

wrestler sushil kumar
କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା
author img

By

Published : May 15, 2021, 10:30 PM IST

ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଶନିବାର ଦିଲ୍ଲୀ କୋର୍ଟ 23 ବର୍ଷୀୟ ଜାତୀୟ ଜୁନିୟର ଚାମ୍ପିଆନ କୁସ୍ତି ଯୋଦ୍ଧା ସାଗର ରାଣା ମୃତ୍ୟୁ ମାମଲାରେ ଅଲମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାର ସମେତ ଅନ୍ୟ 9 ଜଣଙ୍କ ବିରୋଧରେ ପୋଲିସ ଜାମିନ ବିହୀନ ଗିରଫ ପରୱାନ ଜାରି କରିଛନ୍ତି ।

ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁଶୀଲଙ୍କୁ ଦିଲ୍ଲୀ ପୋଲିସ ଖୋଜିବାରେ ଲାଗିଛି । ଦିଲ୍ଲୀ ଶିକ୍ଷା ଓ କ୍ରୀଡା ବିଭାଗର କ୍ରୀଡା ବିଭାଗ ସହ ଛତ୍ରଶାଲ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର ଡ୍ୟୁଟିରେ ଅଫିସର ଭାବେ ନିୟୋଜିତ ହୋଇଥିଲେ । ଏହା ପୂର୍ବରୁ ପୋଲିସ ସୁଶୀଲଙ୍କ ବିରୋଧରେ ଏସ ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା ।ଗତ ସପ୍ତାହରେ ଛତ୍ରଶାଲ ଷ୍ଟାଡିୟମରେ ଏକ ବିବାଦ ସମୟରେ, ଏକ କୁସ୍ତିଯୋଦ୍ଧା ଗୋଷ୍ଠୀ 23 ବର୍ଷୀୟ ପୂର୍ବତନ ଅନ୍ତର୍ଜାତୀୟ ଗ୍ରେକୋ ରୋମାନ କୁସ୍ତିଯୋଦ୍ଧା ସାଗର ରାଣାଙ୍କୁ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏହି ଘଟଣାରେ କିଛି ଲୋକେ ଏଥିରେ ଆହତ ମଧ୍ୟ ହୋଇଥିଲେ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଏହା ପରେ ଦିଲ୍ଲୀ ପୋଲିସ କିଛି ଲୋକଙ୍କ ବୟାନ ରେକର୍ଡ କରିଥିଲା ଓ ସେମାନଙ୍କ ମଧ୍ୟରୁ କିଛି ଜଣ ସୁଶୀଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.