ETV Bharat / sports

ବ୍ରୋଞ୍ଜ ଜିତି ଟୋକିଓ ପାରାଅଲମ୍ପିକ ଟିକେଟ ହାତେଇଲେ ନିସାଦ

ଭାରତୀୟ ପାରା ଆଥଲେଟ ନିସାଦ କୁମାର ଦୁବାଇ ପାରା ଆଥଲେଟିକ୍ସ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ଏଥିସହିତ 2020 ଟୋକିଓ ପାରାଅଲମ୍ପିକ ଗେମ୍ସରେ ସ୍ଥାନ ପକ୍କା କରିଛନ୍ତି ।

ନିସାଦ କୁମାର
author img

By

Published : Nov 14, 2019, 12:18 PM IST

ଦୁବାଇ: ଭାରତୀୟ ପାରା ଆଥଲେଟ ନିସାଦ କୁମାର ଦୁବାଇ ପାରା ଆଥଲେଟିକ୍ସ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ହାଇ ଜମ୍ପ ଇଭେଣ୍ଟରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ନିସାଦ । ଏହି ସଫଳତା ସହ 2020 ଟୋକିଓ ପାରାଅଲମ୍ପିକ ଗେମସରେ ସ୍ଥାନ ପକ୍କା କରିଛନ୍ତି ।

ବ୍ରୋଞ୍ଜ ବିଜେତା ହେବା ପରେ ନିସାଦ କହିଛନ୍ତି ତାଙ୍କର ଆଗାମୀ ଲକ୍ଷ୍ୟ ଟୋକିଓ ଅଲମ୍ପିକରେ । ଦେଶ ପାଇଁ ପଦକ ଜିତିବା ପାଇଁ ସେ ଶତପ୍ରତିଶତ ଚେଷ୍ଟା କରିବେ । ଅଲମ୍ପିକକୁ ଆହୁରି ସମୟ ଥିବାରୁ ସେ ଅଧିକ କଠିନ ପରିଶ୍ରମ କରି ଭଲପ୍ରସ୍ତୁତି କରିବେ ବୋଲି କହିଛନ୍ତି ।

ନିସାଦଙ୍କ ପ୍ରଦର୍ଶନରେ ଖୁସି ଜାହିର କହିଛନ୍ତି ଭାରତୀୟ କୋଚ ସତ୍ୟନାରାୟଣ । 2016 ରିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ମାରିୟାପ୍ପାନ ଥାଙ୍ଗାଭେଲୁଙ୍କ କୋଚ ରହିସାରିଛନ୍ତି ସତ୍ୟନାରାୟଣ । ନିସାଦ 2.30 ମିଟର ପର୍ଯ୍ୟନ୍ତ ଜମ୍ପ କରିବାକୁ କ୍ଷମତା ରଖିଛନ୍ତି । ଅଧିକ ପରିଶ୍ରମ ପରେ ସେ ଟୋକିଓ ଅଲମ୍ପିକରେ ଭାରତ ପାଇଁ ଏକ ନିଶ୍ଚିନ୍ତ ପଦକ ବିଜୟ କରିପାରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କୋଚ ସତ୍ୟନାରାୟଣ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.