ETV Bharat / sports

Hockey World Cup: ରାଉରକେଲାରେ ପହଁଞ୍ଚିଲେ ନେଦରଲାଣ୍ଡ ଏବଂ ଚିଲି ହକି ଟିମ

author img

By

Published : Jan 10, 2023, 9:28 PM IST

ହକି ବିଶ୍ବକପ ନେଇ ନେଦରଲାଣ୍ଡ ଏବଂ ଚିଲି ରାଉରକେଲାରେ ପହଞ୍ଚିଛନ୍ତି । ହକି ବିଶ୍ବକପ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଗୋଟିଏ ପରେ ଗୋଟିଏ ହକି ଟିମ ରାଉରକେଲାରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ନେଦରଲାଣ୍ଡ ଏବଂ ଚିଲି ହକି ଟିମ
ନେଦରଲାଣ୍ଡ ଏବଂ ଚିଲି ହକି ଟିମ
Hockey World Cup : ରାଉରକେଲାରେ ପହଁଞ୍ଚିଲେ ନେଦରଲାଣ୍ଡ ଏବଂ ଚିଲି ହକି ଟିମ

ରାଉରକେଲା : ବିଶ୍ବକପ ପାଇଁ ଚଳଚଞ୍ଚଳ ହକିର ଏନ୍ତୁଡିଶାଳ ସୁନ୍ଦରଗଡ । ହକି ବିଶ୍ବକପ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଥିବା ବେଳେ ଗୋଟିଏ ପରେ ଗୋଟିଏ ହକି ଟିମ ରାଉରକେଲାରେ ପହଞ୍ଚିଛନ୍ତି । ହକି ବିଶ୍ବକପ ନେଇ ନେଦରଲାଣ୍ଡ ଏବଂ ଚିଲି ରାଉରକେଲାରେ ପହଞ୍ଚିଛନ୍ତି । ନେଦରଲାଣ୍ଡ ପୁଲ Cରେ ସ୍ଥାନ ପାଇଛି । ନେଦରଲାଣ୍ଡ ସହିତ ଚିଲି, ମାଲେସିଆ ଏବଂ ନ୍ୟୁଜିଲାଣ୍ଡ ପୁଲ Cରେ ରହିଛନ୍ତି । ନେଦରଲାଣ୍ଡ ପ୍ରଥମ ଦୁଇଟି ମ୍ୟାଚ ରାଉରକେଲାରେ ଖେଳିବ । ମାଲେସିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ନେଦରଲାଣ୍ଡ । ଏହି ମ୍ୟାଚ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ନେଦରଲାଣ୍ଡ । ଏହି ମ୍ୟାଚ ରାଉରକେଲାରେ ଖେଳାଯିବ ।

ସେପଟେ ଚିଲି ମଧ୍ୟ ପୁଲ Cରେ ସ୍ଥାନ ପାଇଛି । ଚିଲି ପ୍ରଥମ ଦୁଇଟି ମ୍ୟାଚ ରାଉରକେଲାରେ ଖେଳିବ । ନ୍ୟଜିଲାଣ୍ଡ ବିପକ୍ଷରେ ଚିଲି ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଭେଟିବ ଚିଲି । ଏହି ମ୍ୟାଚ ରାଉରକେଲାରେ ଖେଳାଯିବ । ହକି ବିଶ୍ବକପ ଆୟୋଜନ ନେଇ ଆଉ ମାତ୍ର କେଇଟା ଦିନ । ରାଉରକେଲା ସହରକୁ ଛୁଟୁଛି ବିଦେଶୀ ଖେଳାଳି ଦଳ । ଆଜି(ମଙ୍ଗଳବାର) ରାଉରକେଲାରେ ପ୍ରଥମେ ଇଂଲଣ୍ଡ ହକି ଦଳ ପହଞ୍ଚିଥିଲା । ଏହା ପରେ ଅପରାହ୍ନରେ ନେଦରଲ୍ୟାଣ୍ଡ ହକି ଟିମ ଏବଂ ଚିଲି ହକି ଦଳ ରାଉରକେଲାରେ ପହଞ୍ଚିଥିଲା । ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ରାଉରକେଲାକୁ ପହଁଞ୍ଚିଥିଲା ଏହି ଦୁଇ ଟିମ । ଆଗୁଆ ପହଁଞ୍ଚି ପ୍ରାକ୍ଟିସ କରିବେ ଏହି ଦୁଇ ଦଳ ।

ଦୁଇ ହକି ଦଳର ମୁଖ୍ୟ କୋଚ କହିଛନ୍ତି ହକି ବିଶ୍ବକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଉତ୍ସାହିତ । ବିଶ୍ବକପରେ ଭଲ ପ୍ରଦର୍ଶନ ଆମର ମୂଳ ଲକ୍ଷ୍ୟ । ଏଠାରେ ନୂଆ ଷ୍ଟାଡିୟମରେ ନୂଆ ଲୋକଙ୍କ ମଧ୍ୟରେ ହକି ଗଡ଼ରେ ମ୍ୟାଚ ଖେଳିବାକୁ ଖୁବ ଉତ୍ସାହିତ । ଉଭୟ ନେଦରଲ୍ୟାଣ୍ଡ ଏବଂ ଚିଲି ଦଳ ସମସ୍ତ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.