ETV Bharat / sports

ନୀରଜଙ୍କ ସ୍ବପ୍ନ ହେଲା ପୂରଣ, ବାପାମା'ଙ୍କୁ କରାଇଲେ ପ୍ରଥମ ବିମାନ ଯାତ୍ରା

author img

By

Published : Sep 11, 2021, 3:52 PM IST

ନୀରଜ ତାଙ୍କ ଜୀବନର ଏକ ଛୋଟ ସ୍ବପ୍ନକୁ କରିଛନ୍ତି ସାକାର । ଏ ନେଇ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

ନୀରଜଙ୍କ ସ୍ବପ୍ନ ହେଲା ପୂରଣ, ବାପାମା'ଙ୍କୁ କରାଇଲେ ପ୍ରଥମ ବିମାନ ଯାତ୍ରା
ନୀରଜଙ୍କ ସ୍ବପ୍ନ ହେଲା ପୂରଣ, ବାପାମା'ଙ୍କୁ କରାଇଲେ ପ୍ରଥମ ବିମାନ ଯାତ୍ରା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଟୋକିଓ ଅଲମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଅଲମ୍ପିକ୍ସରେ ପଦକ ଜିତିବା ପରେ ତାଙ୍କ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଆଗଭର ଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଜାଭଲିନ୍‌ ଥ୍ରୋଅର ନୀରଜ ଗତ ଶନିବାର ନିଜ ଜୀବନର ଏକ ସ୍ବପ୍ନକୁ ପୂରଣ କରିଛନ୍ତି ।

  • A small dream of mine came true today as I was able to take my parents on their first flight.

    आज जिंदगी का एक सपना पूरा हुआ जब अपने मां - पापा को पहली बार फ्लाइट पर बैठा पाया। सभी की दुआ और आशिर्वाद के लिए हमेशा आभारी रहूंगा 🙏🏽 pic.twitter.com/Kmn5iRhvUf

    — Neeraj Chopra (@Neeraj_chopra1) September 11, 2021 " class="align-text-top noRightClick twitterSection" data=" ">

ନୀରଜ ପ୍ରଥମ ଥର ପାଇଁ ନିଜ ପିତାମାତାଙ୍କୁ ବିମାନରେ ବସାଇଛନ୍ତି । ସୁନାପୁଅ ନିଜ ଉଦ୍ୟମରେ ବାପାମାଆଙ୍କୁ ଦେଇଛନ୍ତି ପ୍ରଥମ ବିମାନ ଯାତ୍ରାର ଅନୁଭୂତି । ଏଥିଲାଗି ସେ ବେଶ ଖୁସିଥିବା କହିଛନ୍ତି ଏବଂ ଏ ସମ୍ପର୍କରେ ସେ ଟ୍ବିଟ କରି ନିଜର ଖୁସିବ୍ୟକ୍ତ କରିଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ ତାଙ୍କ ଜୀବନର ଏକ ଛୋଟ ସ୍ବପ୍ନ ଆଜି ପୂରଣ ହୋଇଛି । ସେ ନିଜ ପିତାମାତାଙ୍କୁ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରାଇବାରେ ସକ୍ଷମ ହୋଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ପାଇଁ ସେ ସର୍ବଦା କୃତଜ୍ଞ ରହିବେ ବୋଲି ଟ୍ବିଟରେ କହିଛନ୍ତି ।

ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ସାରା ଦେଶବାସୀ ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ନେଇ ଗର୍ବ କରିଥିଲେ । ଏଥିଲାଗି ନୀରଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଟୋକିଓ ଅଲମ୍ପିକ୍ସରୁ ଫେରିବା ପରେ ତାଙ୍କୁ ଦେଶବାସୀଙ୍କଠାରୁ ଭଲ ପାଇବା ଓ ସ୍ନେହ ମିଳୁଛି । ଏଥିଲାଗି ସେ ନିଜର ଭାବପ୍ରବଣତାକୁ ପ୍ରକାଶ କରିଥିଲେ । ତେବେ ସୂଚନା ଥାଉ କି ଅଲମ୍ପିକ୍ସରୁ ଫେରିବା ପରେ ସେ ଅସୁସ୍ଥ ହୋଇପଡିଥିବାରୁ ଆଉ ଖେଳର ଅଭ୍ୟାସ କରିପାରିନାହାନ୍ତି । କିଛି ସମୟ ଛୁଟି ନେବା ପାଇଁ ସେ 2021 ପ୍ରତିଯୋଗିତାରେ କମ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଫଳରେ ୨୦୨୨ ବିଶ୍ବ ଚମ୍ପିଆନସିପ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.