ଭୁବନେଶ୍ବର: ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଆୟୋଜକଙ୍କଠାରୁ ନେଇ କ୍ରୀଡାବିତ ସମସ୍ତେ ଶେଷ ପ୍ରସ୍ତୁତିରେ ବ୍ୟସ୍ତ ।
କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି ଭାରତୀୟ ଜାଭେଲିନ ଥ୍ରୋ ଷ୍ଟାର ଆଥଲେଟ ନୀରଜ ଚୋପ୍ରା । ଅଭ୍ୟାସ ସମୟର ଏକ ଭିଡିଓ ମଧ୍ୟ ନିଜ ଟ୍ବିଟର ପେଜ୍ରେ ସେୟାର କରିଛନ୍ତି ନୀରଜ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ କିଛି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ହାସଲ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ନୀରଜ ।
-
Happy to see @Neeraj_chopra1 practice at #KalingaStadium in course of preparations for #TokyoOlympics and wish him best for his #RoadToTokyo. #Odisha will continue to be home for India’s finest sportspersons as they prepare to compete with world’s best. #SportsCapitalOfIndia https://t.co/qCBxDBDhWQ
— Naveen Patnaik (@Naveen_Odisha) February 13, 2021 " class="align-text-top noRightClick twitterSection" data="
">Happy to see @Neeraj_chopra1 practice at #KalingaStadium in course of preparations for #TokyoOlympics and wish him best for his #RoadToTokyo. #Odisha will continue to be home for India’s finest sportspersons as they prepare to compete with world’s best. #SportsCapitalOfIndia https://t.co/qCBxDBDhWQ
— Naveen Patnaik (@Naveen_Odisha) February 13, 2021Happy to see @Neeraj_chopra1 practice at #KalingaStadium in course of preparations for #TokyoOlympics and wish him best for his #RoadToTokyo. #Odisha will continue to be home for India’s finest sportspersons as they prepare to compete with world’s best. #SportsCapitalOfIndia https://t.co/qCBxDBDhWQ
— Naveen Patnaik (@Naveen_Odisha) February 13, 2021
କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ନୀରଜଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । "ଭାରତର ସମସ୍ତ ଶ୍ରେଷ୍ଠ କ୍ରୀଡାବିତଙ୍କ ପାଇଁ ଓଡିଶା ସର୍ବଦା ଘର ହୋଇ ରହିବ । କାରଣ ବିଶ୍ବର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ଲଢିବେ ଭାରତୀୟ ଆଥଲେଟ ।" ଟ୍ବିଟରେ ଏହା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ