ETV Bharat / sports

ଅଡୁଆରେ ଅଭିନେତା ସିଦ୍ଧାର୍ଥ, କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମହିଳା କମିଶନଙ୍କ ସୁପାରିଶ

ଦେଶର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଟ୍ବିଟ୍‌ ତାମିଲ ଅଭିନେତା ସିଦ୍ଧାର୍ଥଙ୍କୁ ମହଙ୍ଗା ପଡିଛି । ଜାତୀୟ ମହିଳା କମିଶନ(NCW), ମହାରାଷ୍ଟ୍ର ପୋଲିସ ମହାନିର୍ଦ୍ଦେଶକ(DGP)ଙ୍କୁ ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 10, 2022, 8:49 PM IST

NCW writes to DGP Maharashtra to take action against actor Siddharth for comments on Saina Nehwal
ଅଡୁଆରେ ଅଭିନେତା ସିଦ୍ଧାର୍ଥ, କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମହିଳା କମିଶନଙ୍କ ସୁପାରି

ନୂଆଦିଲ୍ଲୀ: ଦେଶର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଟ୍ବିଟ୍‌ ତାମିଲ ଅଭିନେତା ସିଦ୍ଧାର୍ଥଙ୍କୁ ମହଙ୍ଗା ପଡିଛି । ଜାତୀୟ ମହିଳା କମିଶନ(NCW), ମହାରାଷ୍ଟ୍ର ପୋଲିସ ମହାନିର୍ଦ୍ଦେଶକ(DGP)ଙ୍କୁ ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି । ଏଥିସହ ସିଦ୍ଧାର୍ଥଙ୍କ ଆପତ୍ତିଜନକ ଟ୍ବିଟ୍‌କୁ ନିନ୍ଦା କରିଛନ୍ତି ଜାତୀୟ ମହିଳା ଆୟୋଗ । ଏକ ଲିଖିତ ଅଭିଯୋଗ ପତ୍ରରେ NCW କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ DGP ମହାରାଷ୍ଟ୍ରଙ୍କୁ ଅପିଲ କରିଛନ୍ତି । ସିଦ୍ଧାର୍ଥଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ସପ୍ତାହରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ବଡଧରଣର ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭେଟେରାନ ବ୍ୟାଡମିଣ୍ଟନ ଷ୍ଟାର ତଥା ବିଜେପି ନେତ୍ରୀ ସାଇନା ନେହୱାଲ ଜାନୁଆରୀ ୫ରେ ଘଟଣାକୁ ନିନ୍ଦା କରିବା ସହ ଏକ ଟ୍ବିଟ୍‌ କରିଥିଲେ । ଯାହାର ଜବାବରେ ରଙ୍ଗ ଦେ ବସନ୍ତି ଅଭିନେତା ସିଦ୍ଧାର୍ଥ ଏକ ଟ୍ବିଟ୍‌ କରିଥିଲେ । ଏହି ଟ୍ବିଟ୍‌ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଓ ବିବାଦର କାରଣ ହୋଇଛି । ସିଦ୍ଧାର୍ଥଙ୍କ ଟ୍ବିଟ୍‌ରେ ଲେଖାଥିବା ଶବ୍ଦ ଅଶାଳୀନ ଓ ଅପମାନଜନକ ବୋଲି କୁହାଯାଉଛି ।

  • "COCK & BULL"

    That's the reference. Reading otherwise is unfair and leading!

    Nothing disrespectful was intended, said or insinuated. Period. 🙏🏽

    — Siddharth (@Actor_Siddharth) January 10, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Exclusive: ସିଦ୍ଧାର୍ଥଙ୍କ ଅଶାଳୀନ ଟ୍ବିଟ୍‌ ପରେ ସାଇନାଙ୍କ ଜବାବ, ଅଭିନେତା ଭାବେ ପସନ୍ଦ କରିବା ଠିକ୍‌ ନଥିଲା

ଅଲମ୍ପିକ୍‌ ପଦକ ବିଜେତା ସାଇନାଙ୍କ ଉଦ୍ଦେଶ୍ୟରେ ଏପରି ଶବ୍ଦ ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ମହିଳା ଆୟୋଗ । ଏହି ଟିପ୍ପଣୀକୁ କମିଶନ ନିନ୍ଦା କରିବା ସହ ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଉ ବୋଲି ଅପିଲ କରିଛି । ଅଭିନେତାଙ୍କ ବିରୋଧରେ FIR ରୁଜୁ କରିବା ସହ ଇଣ୍ଡିଆନ ପେନାଲ କୋଡ୍‌, ୧୮୬୦ ଓ IT ଆକ୍ଟ, ୨୦୦୦ ସହିତ ଆଇନର ଅନ୍ୟ ପ୍ରାବଧାନରେ ମାମଲା ରୁଜୁ କରିବାକୁ କହିଛନ୍ତି ।

କମିଶନ କହିଛନ୍ତି, "ସିଦ୍ଧାର୍ଥଙ୍କ ଟ୍ବିଟ୍‌, ଇଣ୍ଡିଆନ ପେନାଲ କୋଡ୍‌ର ଧାରା 354A, ଯାହାକି ଯୌନ ଉତ୍ପୀଡନ ଓ ଯୌନ ଉତ୍ପୀଡନ ପାଇଁ ଦଣ୍ଡ ଓ IT ଆକ୍ଟ, ୨୦୦୦ ଯାହାକି ଅନଲାଇନରେ ଅଶ୍ଲୀଳ ସାମଗ୍ରୀ ପ୍ରସାରିତ ଓ ପ୍ରକାଶିତ କରିବା ଦଣ୍ଡ ଅନ୍ତର୍ଗତ ।

ତେବେ ଘଟଣା ବିବାଦର ରୂପ ନେବାପରେ ସୋମବାର ନିଜର ଟ୍ବିଟ୍‌ ନେଇ ସଫେଇ ଦେଇଛନ୍ତି ଅଭିନେତା ସିଦ୍ଧାର୍ଥ ।" ଇଂରାଜୀରେ "COCK & BULL" କୁ ନେଇ ଏକ କାହାଣୀ ରହିଛି, ଘଟଣା ସନ୍ଦର୍ଭରେ ସେ ଏହାକୁ ଦର୍ଶାଇବାକୁ ଚାହିଁଛନ୍ତି । ଭୁଲ ଅର୍ଥରେ ଏହାକୁ ବୁଝାଯାଇଛି" ବୋଲି ଅନ୍ୟ ଏକ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.