ETV Bharat / sports

କୋରନାକୁ ହାଲକାରେ ନେଇ 2 ବାସ୍କେଟବଲ ଖେଳାଳି ଆକ୍ରାନ୍ତ - ବାସ୍କେଟବଲ ଖେଳାଳି କୋରନା ସଂକ୍ରମିତ

ରୁଡି ଗୋବାର୍ଟ ଓ ଡୋନୋଓ୍ବନ ମିଚେଲ 2 ବାସ୍କେଟବଲ ଖେଳାଳି କୋରନା ଆକ୍ରାନ୍ତ ହୋଇଛନ୍ତି । ଏହାପରେ ରାଷ୍ଟ୍ରୀୟ ବାସ୍କେଟବଲ ସଂଘ (ଏନବିଏ) ଚଳିତ ସିଜନ ଟୁର୍ଣ୍ଣାମେଣ୍ଟକୁ ରଦ୍ଦ କରିଛି ।

nba players
nba players
author img

By

Published : Mar 13, 2020, 8:20 PM IST

ହାଇଦ୍ରାବାଦ: ରାଷ୍ଟ୍ରୀୟ ବାସ୍କେଟବଲ ସଂଘ(ଏନବିଏ)ର 2 ଖେଳାଳୀ କୋରନା ଆକ୍ରାନ୍ତ । ରୁଡି ଗୋବାର୍ଟ ଓ ଡୋନୋଓ୍ବନ ମିଚେଲଙ୍କ COVID-19 ଟେଷ୍ଟରେ ତାଙ୍କର ରକ୍ତ ନମୁନା ପଜିଟିଭ ରହିଛି । ଏହାପରେ ଏନବିଏ ଚଳିତ ସିଜନ ରଦ୍ଦ କରିଛି ।

rudy gobert
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@Rudy Gobert

ସୂଚନାଥାଉକି, ରୁଡି ଗୋବାର୍ଟ ଏହି ଭାଇରସକୁ ନେଇ ସତର୍କତା ଅବଲମ୍ବନ କରିବା ପରିବର୍ତ୍ତେ ବେଖାତିର ମନଭାବ ଦେଖାଇଥିଲେ । କିଛିଦିନ ତଳେ ଏକ ସମ୍ବାଦିକ ସମ୍ବିଳନୀରେ କୋରନା ଭାଇରସର ସେମାନେ ମଜାକ୍‌ ଉଡାଉଥିବାର ଦେଖିବାକୁ ମିଳିଥିଲା । ସମ୍ମିଳନୀରେ ତାଙ୍କ ସାମ୍ନାରେ ଥିବା ସମସ୍ତ ମାଇକ୍‌ ଓ ରେକର୍ଡିଙ୍ଗ ଡିଭାଇସକୁ ଛୁଇଁଥିଲେ ଓ କହିଥିଲେ ଛୁଇଁବା ଦ୍ବାରା କୋରନା ବ୍ୟାପି ନଥାଏ ।

  • This is the video of Rudy Gobert touching all the microphones and potentially infecting innocent people with Coronavirus pic.twitter.com/hqae652PLX

    — Abdul Memon (@abdulamemon) March 12, 2020 " class="align-text-top noRightClick twitterSection" data=" ">

ତେବେ ରୁଡି ଗୋବାର୍ଟ କୋରନା ସଂକ୍ରମିତ ହେବା ପରେ ତାଙ୍କର ସେହି ସାମ୍ବାଦିକ ସମ୍ପିଳନୀର ଭିଡିଓ ବେଶ୍‌ ଭାଇରାଲ ହେଉଛି । ଏବେ ଗୋବାର୍ଟ କୋରନାକୁ ନେଇ ସଚେତନ ହୋଇନଥିବାରୁ ଇନଷ୍ଟାଗ୍ରାମରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏପଟେ ରୁଡି ଗୋବାର୍ଟ ଓ ଡୋନୋଓ୍ବନ ମିଚେଲଙ୍କ ସମ୍ପର୍କରେ ଆସିଥିବା ଲୋକ ଓ ଏନବିଏ ଟିମର ସମସ୍ତ ସଦସ୍ୟଙ୍କ ଯାଞ୍ଚ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.