ETV Bharat / sports

ଜାନୁଆରୀ 2021 ଯାଏଁ ଜାତୀୟ କୁସ୍ତି ଚମ୍ପିଆନସିପ୍‌ ସ୍ଥଗିତ

author img

By

Published : Nov 28, 2020, 7:38 PM IST

ମହାମାରୀ ସଙ୍କଟକୁ ଦେଖି ଭାରତୀୟ କୁସ୍ତି ମହାସଂଘ ଜାତୀୟ ଚମ୍ପିଆନସିପ୍‌କୁ ଜାନୁଆରୀ 2021ଯାଏଁ ସ୍ଥଗିତ କରିଛି । ମହାସଂଘର ସହାୟକ ସଚିବ ବିନୋଦ ତୋମର କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତି ଠିକ୍‌ ନାହିଁ । ଏହି ସ୍ଥିତିରେ ଜାତୀୟ ଚମ୍ପିଆନସିପ୍‌ କରିବା ସମ୍ଭବପର ନୁହେଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଜାନୁଆରୀ 2021 ଯାଏଁ ଜାତୀୟ କୁସ୍ତି ଚମ୍ପିଆନସିପ୍‌ ସ୍ଥଗିତ
ଜାନୁଆରୀ 2021 ଯାଏଁ ଜାତୀୟ କୁସ୍ତି ଚମ୍ପିଆନସିପ୍‌ ସ୍ଥଗିତ

ନୂଆଦିଲ୍ଲୀ: ମହାମାରୀ ସଙ୍କଟକୁ ଦେଖି ଭାରତୀୟ କୁସ୍ତି ମହାସଂଘ ଜାତୀୟ ଚମ୍ପିଆନସିପ୍‌କୁ ଜାନୁଆରୀ 2021 ଯାଏଁ ସ୍ଥଗିତ କରିଛି । ଏହି ଚମ୍ପିଆନସିପ୍‌ ଆଗାମୀ ମାସରେ ହେବାକୁ ଥିଲା ।

ତେବେ ମହାସଂଘର ସହାୟକ ସଚିବ ବିନୋଦ ତୋମର କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତି ଠିକ୍‌ ନାହିଁ । ଏହି ସ୍ଥିତିରେ ଜାତୀୟ ଚମ୍ପିଆନସିପ୍‌ କରିବା ସମ୍ଭବପର ନୁହେଁ । ଆମେ ଆଗାମୀ ବର୍ଷ ଜାନୁଆରୀ ମାସର ଅନ୍ତିମ ସପ୍ତାହ ବେଳକୁ ଆୟୋଜନ କରିବାକୁ ଚେଷ୍ଟା କରିବୁ ।

ତେବେ ଏପରି ହେଲେ ଆଗାମୀ ବର୍ଷ 2ଟି ଜାତୀୟ ଚମ୍ପିଆନସିପ୍‌ ଆୟୋଜିତ ହେବ ।

ଚଳିତବର୍ଷ ଚମ୍ପିଆନସିପ୍‌ 18ରୁ 20 ଡିସେମ୍ବର ଯାଏଁ ୟୁପିର ଗୋଣ୍ଡା ଠାରେ ଆୟୋଜିତ ହୋଇଥାନ୍ତା । ତୋମର ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଅନ୍ୟ କୌଣସି ରାଜ୍ୟ ଏହାର ଆୟୋଜନ କରିବାକୁ ଇଚ୍ଛୁକ ତେବେ ସ୍ଥାନ ପରିବର୍ତ୍ତନ କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.