ETV Bharat / sports

National Sports Awards: ଜୁନ 28 ଯାଏଁ ଆବେଦନ ଅବଧି ବଢାଇଲା MYAS

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆଗାମୀ ଜାତୀୟ କ୍ରୀଡା ପୁରସ୍କାର 2021ର ଆବେଦନ ଅବଧି ଜୁନ 28 ପର୍ଯ୍ୟନ୍ତ ବୃଦ୍ଧି କରିଛି । ଅଧିକ ପଢନ୍ତୁ..

author img

By

Published : Jun 18, 2021, 10:53 PM IST

National Sports Awards: ଜୁନ 28 ଯାଏଁ ଆବେଦନ ଅବଧି ବଢାଇଲା MYAS
National Sports Awards: ଜୁନ 28 ଯାଏଁ ଆବେଦନ ଅବଧି ବଢାଇଲା MYAS

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆଗାମୀ ଜାତୀୟ କ୍ରୀଡା ପୁରସ୍କାର 2021ର ଆବେଦନ ଅବଧି ଜୁନ 28 ପର୍ଯ୍ୟନ୍ତ ଘୁଞ୍ଚାଇଛି । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ଜୁନ 211ରହିଥିଲା ମାତ୍ର ବର୍ତ୍ତମାନ ଆଉ 7ଦିନ ବୃଦ୍ଧି କରାଯାଇଛି ।

"ନୋମିନେସନ ଗ୍ରହଣ କରିବାର ଶେଷ ତାରିଖ 21 ଜୁନ୍‌ 2021ରୁ 28 ଜୁନ୍‌ 2021(ସୋମବାର) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ, କୋଚ୍‌, ଅନୁଷ୍ଠାନ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ଆବେଦନ କରିପାରିବେ ।" ଏକ ଅଫିସିଆଲ ଘୋଷଣାନାନାମାରେ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି ।

ପୂର୍ବରୁ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରଣାଳୟ କ୍ରୀଡା ସମ୍ମାନ ପାଇଁ ଆବେଦନ ଗ୍ରହଣ କରୁଥିଲା । ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର, ମୌଲାନା ଆବୁଲ କଲାମ ଆଜାଦ ଟ୍ରଫି ଆଦି ପୁରସ୍କାର ପାଇଁ ଆବେଦନ ଗ୍ରହଣ କରାଯାଏ ।

ଗତବର୍ଷ ମନିକା ବାତ୍ରା, ରୋହିତ ଶର୍ମା, ବିନେଶ ଫୋଗଟ, ରାନୀ ରାମପାଲ ଓ ମାରିୟାପନ ଫାଙ୍ଗାଗଭେଲୁଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ 5ଜଣ ଆଥଲେଟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.