ETV Bharat / sports

ଜାତୀୟ ସୁଟିଂ ଚମ୍ପିଆନସିପ: ବୀଜୟବୀରଙ୍କ ସ୍ବର୍ଣ୍ଣ ବିଜୟ

author img

By

Published : Dec 30, 2019, 3:25 AM IST

ଜାତୀୟ ସୁଟିଂ ଚମ୍ପିଆନସିପରେ ଦମଦାର ପ୍ରଦର୍ଶନ କରିଛନ୍ତି ଚଣ୍ଡିଗଡର ଯୁବ ସୁଟର ବିଜୟବୀର ସିଧୁ । 25 ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟ ସମେତ ମୋଟ 3ଟି ଇଭେଣ୍ଟରେ ବିଜୟବୀର ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଅଧିକ ପଢନ୍ତୁ...

National Shooting Championship
ବୀଜୟବୀରଙ୍କ ସ୍ବର୍ଣ୍ଣ ବିଜୟ

ଭୋପାଳ: ଜାତୀୟ ସୁଟିଂ ଚମ୍ପିଆନସିପରେ ଦମଦାର ପ୍ରଦର୍ଶନ କରିଛନ୍ତି ସୁଟର ବିଜୟବୀର ସିଧୁ । 25 ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ବିଜୟବୀର । ଏଥିସହିତ ପୁରୁଷ ଜୁନିୟର ଓ ପୁରୁଷ ଜୁନିୟର ଟିମ ବର୍ଗରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଚଣ୍ଡିଗଡର ଏହି ସୁଟର ।

580 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ବିଜୟବୀର । ଉଦୟବୀର 574 ଓ ହର୍ଷ ଗୁପ୍ତା 572 ପଏଣ୍ଟ ସହ, ଯଥାକ୍ରମ 2ୟ ଓ 3ୟ ସ୍ଥାନରେ ରହିଛନ୍ତି । ମୋଟ 1699 ପଏଣ୍ଟ ସହ ଜୁନିୟର ଟିମ ବର୍ଗରେ ଉଦୟବୀର ଓ ୟୁନିସ ହୋଲିନ୍ଦରଙ୍କ ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।
25 ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ଆର୍ମି ମାର୍କସମ୍ୟାନ ୟୁନିଟ(AMU) ଟିମର ଗୁରପ୍ରୀତ, ନୀରଜ କୁମାର ଓ ଗୁରମିତ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

50 ମିଟର ପିସ୍ତଲ ଇଭେଣ୍ଟରେ ବର୍ଡର ସିକ୍ୟୁରିଟି ଫୋର୍ସ(BSF)ର ସିବ କୁମାର ଘୋଷ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏଥିସହିତ 50 ମିଟର ଟିମ ବର୍ଗରେ ୱାର୍ଲଡ ଚମ୍ପିଆନସିପର ରୌପ୍ୟ ପଦକ ବିଜେତା ଜିତୁ ରୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.