ଭୋପାଳ: ସିନିୟର ମହିଳା ଓଡିଶା ହକି ଟିମ୍ ରଚିଲା ଇତିହାସ । ଭୋପାଳରେ ଚାଲିଥିବା 12ତମ ଜାତୀୟ ହକି ଚମ୍ପିଆନସିପରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ଜିତିଛି ଓଡିଶା ମହିଳା ହକି ଟିମ୍ । ଫାଇନାଲ ଫାଇଟରେ କର୍ଣ୍ଣାଟକକୁ 2-0 ଗୋଲରେ ହରାଇ ଏହି ଗୌରବ ଅର୍ଜନ କରିଛି ଟିମ୍ ଓଡିଶା ।
ଆଜି (ମଙ୍ଗଳବାର) ଭୋପାଳର ଧ୍ୟାନଚାନ୍ଦ ଷ୍ଟାଡିୟମରେ 12ତମ ଜାତୀୟ ମହିଳା ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ଭେଟିଥିଲା ଓଡ଼ିଶା ଟିମ୍ । ଉଭୟ ଦଳର ଖେଳାଳିମାନେ ଓପନିଂ ଗେମରୁ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲେ । କିନ୍ତୁ ଓଡ଼ିଶା ଟିମର ପ୍ରାଧାନ୍ୟ ଆରମ୍ଭରୁ ନଜର ଆସିଥିଲା । ପ୍ରଥମ ଦୁଇଟି କ୍ୱାର୍ଟର ପାଇଁ ଉଭୟ ଦଳ କୌଣସି ଗୋଲ୍ କରିପାରିନଥିଲେ ।
-
We are the 𝗡𝗔𝗧𝗜𝗢𝗡𝗔𝗟 𝗖𝗛𝗔𝗠𝗣𝗜𝗢𝗡𝗦 🏆 #Odisha Women's Team wins its first-ever #gold in Senior Nationals as they beat #Karnataka 2-0 in the final of the 12th HI Senior Women National Championship.
— Odisha Sports (@sports_odisha) May 17, 2022 " class="align-text-top noRightClick twitterSection" data="
You have made us proud, girls! 👏👏 pic.twitter.com/Fog6WFvKsD
">We are the 𝗡𝗔𝗧𝗜𝗢𝗡𝗔𝗟 𝗖𝗛𝗔𝗠𝗣𝗜𝗢𝗡𝗦 🏆 #Odisha Women's Team wins its first-ever #gold in Senior Nationals as they beat #Karnataka 2-0 in the final of the 12th HI Senior Women National Championship.
— Odisha Sports (@sports_odisha) May 17, 2022
You have made us proud, girls! 👏👏 pic.twitter.com/Fog6WFvKsDWe are the 𝗡𝗔𝗧𝗜𝗢𝗡𝗔𝗟 𝗖𝗛𝗔𝗠𝗣𝗜𝗢𝗡𝗦 🏆 #Odisha Women's Team wins its first-ever #gold in Senior Nationals as they beat #Karnataka 2-0 in the final of the 12th HI Senior Women National Championship.
— Odisha Sports (@sports_odisha) May 17, 2022
You have made us proud, girls! 👏👏 pic.twitter.com/Fog6WFvKsD
କିନ୍ତୁ ତୃତୀୟ କ୍ବାର୍ଟରରେ ମ୍ୟାଚର 34ତମ ମିନିଟରେ ଓଡ଼ିଶାର ପୁନମ ବରାଳ ଗୋଟିଏ ଗୋଲ୍ ଦେଇ ଖାତା ଖୋଲିବା ସହ 1-0ରେ ଦଳକୁ ଆଗେଇ ନେଇଥିଲେ । ଏହାପରେ ଅସୀମ କାଞ୍ଚନ 59 ମିନିଟରେ ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଆଉ ଏକ ଗୋଲ କରି 2-0ରେ ଆଗୁଆ ସହ ଦଳକୁ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ଭେଟି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ