ETV Bharat / sports

National Games 2023: ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣିମ ସଫଳତା, ଓଡିଶାର ପଦକ ସଂଖ୍ୟା 42

author img

By ETV Bharat Odisha Team

Published : Nov 6, 2023, 8:47 AM IST

37ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ମହିଳା ଫୁଟବଲ ଦଳ ମଣିପୁରକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି । ଅଧିକ ପଢ଼ନ୍ତୁ

National Games 2023
ଜାତୀୟ କ୍ରୀଡା 2023

ରାଞ୍ଚି: ଗୋଆରେ ଚାଲିଥିବା 37ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । 10 ଦିବସରେ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ସହ ମୋଟ 3ଟି ପଦକ ଜିତିଛନ୍ତି ଓଡ଼ିଆ କ୍ରୀଡ଼ାବିତ । ମହିଳା ଫୁଟବଲ ଦଳ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବା ବେଳେ କାନୋଇଂ ଏବଂ କାୟକିଂରେ ଫୁଲମଣି ଓ ବିଦ୍ୟା ଯୋଡ଼ି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ସଚିମା କେରକେଟା ଓ ରଶ୍ମିତା ସାହୁ ଯୋଡ଼ି କାନୋଇଂ ଏବଂ କାୟାକିଂରେ ଆଉ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ଓଡ଼ିଶାର ପଦକ ସଂଖ୍ୟା 43ରେ ପହଞ୍ଚିଛି ।

ମହିଳା ଫୁଟବଲ ଦଳ ଫାଇନାଲରେ ମଣିପୁରକୁ ଭେଟିଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ 1-1ରେ ଅମୀମାଂସିତ ରହିଥିଲା । ଷ୍ଟାର ଖେଳାଳୀ ପ୍ୟାରୀ ଖାଖା 51ତମ ମିନିଟରେ ଦଳ ପକ୍ଷରୁ ଗୋଲ ସ୍କୋର୍‌ କରିଥିବାବେଳେ ମଣିପୁର ଗୋଲ ପରିଶୋଧ କରି ଦେଇଥିଲା । ଏହା ପରେ ଟାଇବ୍ରେକର ସହାୟତା ନିଆଯାଇଥିଲା । ଏଥିରେ ଓଡ଼ିଶା 4-2 ଗୋଲ୍‌ରେ ବିଜୟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲା ।

ଏହା ବି ପଢନ୍ତୁ...National Games 2023: ଜାଭେଲିନରେ ବ୍ରୋଞ୍ଜ ଜିତିଲେ କିଶୋର, କାୟାକିଂ ଓ କାନୋଇଂରେ 2 ପଦକ

ଫାଓର ଆର୍ଥିକ ପୁରସ୍କାର ଘୋଷଣା: ଓଡ଼ିଶା ମହିଳା ଫୁଟବଲ ଦଳର ଏହି ସଫଳତାରେ ଖୁସି ହୋଇ ଫୁଟବଲ ଆସୋସିଏସନ ଅଫ ଓଡିଶା (ଫାଓ) ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଛି । 25 ଜଣିଆ ଫୁଟବଲ ଦଳକୁ ଅଢ଼େଇ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

ଅନ୍ୟପଟେ 37ତମ ଜାତୀୟ କ୍ରୀଡ଼ାରେ ଖୋଖୋ ଇଭେଣ୍ଟ୍‌ରେ ଓଡ଼ିଶାର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପୁରୁଷ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ତେଲେଙ୍ଗାନାକୁ 50-18ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଜାତୀୟ କ୍ରୀଡ଼ାରେ ସାଇକ୍ଲିଂ ଇଭେଣ୍ଟ୍‌ରେ ଓଡ଼ିଶାର ସ୍ୱସ୍ତିଂ ମହିଳା ଓମନିୟମ ଇଭେଣ୍ଟରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ସେ ସାଇକ୍ଲିଂରେ ମୋଟ 3ଟି ପଦକ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...National Games 2023: ଜାତୀୟ କ୍ରୀଡାରେ ଚମକିଲେ ଓଡିଆ ଝିଅ, ଦୁଇଟି ବ୍ରୋଞ୍ଜ ଜିତିଲେ ସାଇକ୍ଲିଷ୍ଟ ସ୍ବସ୍ତି ସିଂ

ପ୍ରକାଶ ଥାଉ କି, ଗୋଆର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଗତ 26 ତାରିଖରୁ 37 ତମ ଜାତୀୟ କ୍ରୀଡ଼ା ଆରମ୍ଭ ହୋଇଛି । ଦେଶରୁ 10 ହଜାର ଆଥଲେଟ୍‌ ଏହି କ୍ରୀଡାରେ ଅଂଶଗ୍ରହଣ କରିଛନ୍ତି । ନଭେମ୍ବର 9 ତାରିଖ ଯାଏଁ ଏହା ଚାଲିବ । 43ଟି ଉଭେଣ୍ଟରେ 28ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ ଆୟୋଜିତ ହୋଇଛି । ଖେଳର 10 ଦିବସ ସୁଦ୍ଧା ଓଡିଶାର ପଦକ ସଂଖ୍ୟା 43ରେ ପହଞ୍ଚିଛି । ସେଥିରେ 9ଟି ସ୍ବର୍ଣ୍ଣ, 11ଟି ରୌପ୍ୟ ଓ 23ଟି ବ୍ରୋଞ୍ଜ ପଦକ ରହିଛି । ମହାରାଷ୍ଟ୍ର ସର୍ବାଧିକ 193 ପଦକ ସହ ପ୍ରଥମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.