ETV Bharat / sports

କରାଟେ ଆସୋସିଏସନକୁ ନରିନ୍ଦର ବାତ୍ରାଙ୍କ ଧମକ: ଆମ୍ବେଦକର ଗୁପ୍ତା

author img

By

Published : Jun 29, 2020, 4:48 AM IST

କରାଟେକୁ ଭାରତରେ ବନ୍ଦ କରିବାକୁ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଧମକ ଦେଇଥିବା ଅଭିୟୋଗ କରିଛନ୍ତି, ଭାରତୀୟ କରାଟେ ଆସୋସିଏସନର ସାଧାରଣ ସମ୍ପାଦକ ଆମ୍ବେଦକର ଗୁପ୍ତା ।

Narinder Batra threatened to throw Karate out of India: KAI general secy Ambedkar Gupta
କରାଟେ ଆସୋସିଏସନକୁ ନରିନ୍ଦର ବାତ୍ରାଙ୍କ ଧମକ: ଆମ୍ବେଦକର ଗୁପ୍ତା

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ଏଥର ଆଇଓଏ ଉପ-ସଭାପତି ସୁଧାଂଶୁ ମିତ୍ତଲ ନୁହଁନ୍ତି ବରଂ, ଭାରତୀୟ କରାଟେ ଆସୋସିଏସନ(KAI)ର ସାଧାରଣ ସମ୍ପାଦକ ଆମ୍ବେଦକର ଗୁପ୍ତା ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ଅନୁଯାୟୀ କରାଟେକୁ ଭାରତରେ ବନ୍ଦ କରିବାକୁ ଆଇଓଏ ସଭାପତି ଧମକ ଦେଇଥିବା ଗୁପ୍ତା କହିଛନ୍ତି । କରାଟେ ଆସୋସିଏସନ ସଭାପତି ଲିଖା ତାରାଙ୍କ ସହ ନରିନ୍ଦର ବାତ୍ରାଙ୍କର ମତପାର୍ଥକ୍ୟ ରହିଛି । ସେଥିପାଇଁ କରାଟେ ଆସୋସିଏସନଙ୍କୁ ଏକ ଚିଠି ଲେଖି ବନ୍ଦ କରିବାକୁ ବାତ୍ରା ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଭାରତୀୟ ଅଲମ୍ପିକ ଆସୋସିଏସନର ଦୁଇ ଶୀର୍ଷ ମୁଖିଆଙ୍କ ମଧ୍ୟରେ ବିବାଦ କାହାରିକୁ ଅଜଣା ନାହିଁ । ଆଇଓଏ ଉପ ସଭାପତି ସୁଧାଂଶୁ ମିତ୍ତଲ, ସଭାପତିଙ୍କ ନାମରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଓ ଅଯୋଗ୍ୟତା ଅଭିଯୋଗ ଆଣି ଅନ୍ତର୍ଜାତୀୟ ହକି ଫେଡେରେସନକୁ ଚିଠି ଲେଖିଥିଲେ । ଏପରି ସ୍ଥିତିରେ ଉଭୟ ଦେଶର ବିଭିନ୍ନ ଫେଡେରେସନର ସମର୍ଥନ ପାଇଁ ପ୍ରୟାସ କରିଛନ୍ତି । ଏମିତିକି ଫେଡେରେସନ ଗୁଡିକୁ ବିଭକ୍ତ କରିବାର କାର୍ଯ୍ୟ ମଧ୍ୟ କରିଛନ୍ତି । ଏନେଇ ମତ ରଖିବା ପରେ, ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଆକ୍ରୋଶମୂଳକ ଭାବେ ଧମକ ଦେଇଥିବା କହିଛନ୍ତି ଆମ୍ବେଦକର ଗୁପ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.