ETV Bharat / sports

ଲଞ୍ଚ ହେଲା NADAର ପ୍ରଥମ ମୋବାଇଲ ଆପ

author img

By

Published : Jun 30, 2020, 5:05 PM IST

ଏବେ ଆଥଲେଟଙ୍କ ହୋଇ ପାରିବ ଅନଲାଇନ ଡୋପ ଟେଷ୍ଟ । ଏହାସହ ଜାଣି ପାରିବେ କେଉଁ ଔଷଧର ବ୍ୟବହାର ନିଷେଧ । ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସିର ପ୍ରଥମ ମୋବାଇଲ ଆପ ଲଞ୍ଚ କଲେ କ୍ରୀଡାମନ୍ତ୍ରୀ କିରନ ରିଜିଜୁ । ଅଧିକ ପଢ଼ନ୍ତୁ...

National Anti-Doping Agency, NADA, NADA launches its first mobile phone app, ଲଞ୍ଚ ହେଲା NADAର ପ୍ରଥମ ମୋବାଇଲ ଆପ, ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି, କ୍ରୀଡାମନ୍ତ୍ରୀ କିରନ ରିଜିଜୁ
ଲଞ୍ଚ ହେଲା NADAର ପ୍ରଥମ ମୋବାଇଲ ଆପ

ନୂଆଦିଲ୍ଲୀ: କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ମଙ୍ଗଳବାର ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (NADA)ର ପ୍ରଥମ ମୋବାଇଲ ଆପକୁ ଲଞ୍ଚ କରିଛନ୍ତି । କ୍ରୀଡ଼ାର ବିଭିନ୍ନ ଦିଗ ଉପରେ ସହଜରେ ଉପଲବ୍ଧ ସୂଚନା ପ୍ରଦାନ କରିବା ସହ ଆଥଲେଟ୍ସ ଏବଂ ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରିବାକୁ ଏହି ଆପ୍ ଲକ୍ଷ୍ୟ ରଖିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ନିଷେଧ ପଦାର୍ଥ ବିଷୟରେ ସୂଚନା, ଯାହାର ଅଜ୍ଞାତ ବ୍ୟବହାର ଦ୍ବାରା ଆଥଲେଟ୍ସଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇପାରେ।

ଏହି ପଦକ୍ଷେପ ପାଇଁ ମୁଁ ଏନଏଡିଏକୁ ଅଭିନନ୍ଦନ ଜଣାଉଛି ବୋଲି ରିଜିଜୁ କହିଛନ୍ତି । ‘‘ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ କାରଣ ଆମେ ସ୍ବଚ୍ଛ କ୍ରୀଡା ଦିଗରେ କାର୍ଯ୍ୟ କରୁଛୁ ଏବଂ ସେହି ଦିଗରେ ପ୍ରଥମ ପଦକ୍ଷେପ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଆଥଲେଟ୍ସଙ୍କୁ ପ୍ରାସଙ୍ଗିକ ସୂଚନା ପ୍ରଦାନ କରିବା ଯାହା ଦ୍ବାରା ସେମାନେ ଜାଣିପାରିବେ କେଉଁ ଔଷଧ କିମ୍ବା ପଦାର୍ଥ ବ୍ୟବହାର କରିବା ଉଚିତ ନୁହେଁ ।’’

‘‘ଏହି ଆପ ସହିତ ଆଥଲେଟମାନେ ନିଷେଦ୍ଧ ପଦାର୍ଥର ତାଲିକା ଯାଞ୍ଚ କରିପାରିବେ ଏବଂ ସହାୟତା ପାଇଁ ସେମାନଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ । ମୁଁ ଖୁସି ଯେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆରେ ସ୍ବପ୍ନ ପୂରଣ କରିବା ଦିଗରେ ଏକ ପଦକ୍ଷେପ ନେଇଛୁ ।’’

ଏହି ଆପ ଦ୍ବାରା ନିର୍ଦ୍ଦିଷ୍ଟ ସାଧାରଣ ଔଷଧ ଯାହା ଏନଏଡିଏ ଦ୍ବାରା ନିଷେଧ କରାଯାଇଛି ସେନେଇ ମଧ୍ୟ ତଥ୍ୟ ଉପଲବ୍ଧ ହେବ । ଏହାଦ୍ବାରା ଆଥଲେଟ ଓ କୋଚ ଅସୁସ୍ଥ ହେଲେ ସେମାନେ କେଉଁ ଔଷଧ ଖାଇବେ ତାହା ଜାଣି ପାରିବେ ।

ଆଥଲେଟଙ୍କ ପାଇଁ ଡୋପ ପରୀକ୍ଷଣର ଏକ ସୁଗମ, ଶୀଘ୍ର ପ୍ରକ୍ରିୟା ନିଶ୍ଚିତ କରିବାକୁ ଆପ ଡୋପିଂ କଣ୍ଟ୍ରୋଲ ଅଫିସରଙ୍କୁ ନିଜର ଉପଲବ୍ଧତା ରେକର୍ଡ କରିବାକୁ ଅନୁମତି ଦେବ । ଯାହାଦ୍ବାରା ଆପ ମାଧ୍ୟମରେ ଟେଷ୍ଟ କରାଯାଇ ପାରିବ ।

ଏହି ଆପ ଲଞ୍ଚ କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ରବି ମିତ୍ତଲ ଏବଂ ଏନଏଡିଏ(NADA)ର ମହାନିର୍ଦ୍ଦେଶକ ନବୀନ ଅଗ୍ରୱାଲ ଯୋଗ ଦେଇଥିଲେ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.